୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଂଳଙ୍କୃତ

୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଂଳଙ୍କୃତ

କନକବ୍ୟୁରୋ:୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଦେଶର ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ଆସନ କରିଛନ୍ତି ଅଳଙ୍କୃତ । ଦ୍ରୌପଦୀ ମୁର୍ମୁ ଜଣେ ମିଷ୍ଟଭାଷୀ ନେତ୍ରୀ । ଯିଏ କି ନିଜ କଠିନ ପରିଶ୍ରମ ବଳରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ।

୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ସର୍ବୋଚ୍ଚ ପଦବୀରେ ବସିଛନ୍ତି । ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗ୍ରାମରେ ଆଦିବାସୀ ପରିବାର ବିରଂଚି ନାରାୟଣ ଟୁଡୁଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe