ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।ଦିନ ୧୧ଟାରେ ବାରିପଦାରେ ରହିଛି କାର୍ଯ୍ୟକ୍ରମ

253

କନକ ବ୍ୟୁରୋ: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଧାରିତ ସମୟ ଠାରୁ ତିନି ଘଣ୍ଟା ପୂର୍ବରୁ ପହଞ୍ଚିବେ ମହାମହିମ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତନ ହୋଇଛି ।