କନକ ବ୍ୟୁରୋ: ଆସନ୍ତାକାଲି ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର୍ଯ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି ।
ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରୀଯାପନ କରିବେ । ସେଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ୍ କାର୍ଯ୍ୟର ତଦାରଖ କରୁଛନ୍ତି । ଶେଷ ଥର ପାଇଁ ରାଷ୍ଟ୍ରପତି ମୟୂରଭଞ ଗସ୍ତରେ ଆସିଥିବା ବେଳେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞଦେଓ ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ । ଅଭିଭାଷଣ ରଖିବା ସମୟରେ ବିଦ୍ୟୁତ୍ ବିଭ୍ରାଟ୍ ଦେଖାଇଦେଇଥିଲା । ଏବେ ପୁନଃ ବିଦ୍ୟୁତ୍ ବିଭ୍ରାଟ ଯେପରି ନହେବ ସେଥିପ୍ରତି ବିଦ୍ୟୁତ୍ ବିଭାଗ ସଜାଗ । ପାହାଡପୁରସ୍ଥିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମ୍ୃତି ଗୁଡିକୁ ନୂଆ ରୁପ ଦିଆଯାଇଛି । ଏସଏଲଏସ୍ ସ୍କୁଲକୁ ମଧ୍ୟ ସଜା ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଷ୍ଟେସନରକୁ ଯାତ୍ରା କରିବେ । ସେଥିପାଇଁ ସମସ୍ତଙ୍କ ମନରେ ଉତକଣ୍ଠା ବଢିବାରେ ଲାଗିଛି । ସେପଟରେ ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରେ କୌଣସି ତ୍ୃଟି ନହେଉ ସେଥିପାଇଁ ରେଳ ଇଞିନିୟରଙ୍କ ସହ ଜିଏମ୍ ଓ ଡିଆରଏମ୍ ମଧ୍ୟ ରେଳ ଲାଇନ୍ ଓ ରେଳ ଷ୍ଟେସନର କାର୍ଯ୍ୟ ତଦାରଖ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/5-20.jpg)