କନକ ବ୍ୟୁରୋ : ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପ୍ଟେମ୍ବର ୧୭ରୁ ୧୯ ଯାଏଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ୍ ଗସ୍ତ କରିବେ । ସେପ୍ଟେମ୍ବର ୧୯ରେ ମହାରାଣୀଙ୍କ ଅନ୍ତିମ ସଂସ୍କାର ହେବ । ଲଣ୍ଡନର ‘ୱେଷ୍ଟମିନିଷ୍ଟର ଆବେ’ରେ ହେବ ଅନ୍ତ୍ୟେଷ୍ଟି । ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ସମଗ୍ର ଦୁନିଆର ୨ହଜାର ଅତିଥି ସାମିଲ ହେବେ, ଯେଉଁଥିରେ ପ୍ରାୟ ୫୦୦ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି ।

Advertisment

ଅତିଥି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ରହିଛନ୍ତି । ବିଟ୍ରେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀରକୁ ବର୍ମିଙ୍ଗହମ ରାଜପ୍ରସାଦକୁ ଅଣାଯାଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଣୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ । ମହାରାଣୀଙ୍କ ବିୟୋଗରେ ଭାରତ ଗତ ରବିବାର ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲା ।