ନାରୀ ଶକ୍ତି ବନ୍ଦନ ବିଧେୟକକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏବେ ଆଇନରେ ପରିଣତ ହେଲା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍

1,087

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିଲ ସେପ୍ଟେମ୍ବର ୨୦ ତାରିଖରେ ଲୋକସଭାରେ ୨୧ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । କୌଣସି ବିଲ୍ ଉଭୟ ସଦନରେ ପାରିତ ହେବା ପରେ ଏହାକୁ ଆଇନରେ ପରିଣତ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥାଏ ।

ଏହି ଆଇନ ଲାଗୁ ହେବା ପରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ବିଲ ଉଭୟ ସଦନରେ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ କି ଲିଙ୍ଗଗତ ନ୍ୟାୟ ପାଇଁ ଏହା ଏବେ ଯୁଗାନ୍ତକାରୀ ପରିବର୍ତ୍ତନ କ୍ରାନ୍ତି ହେବ ।