ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ରାମ ମନ୍ଦିର ସମେତ ଦେଶର ସଫଳତା ବଖାଣିଲେ ଦ୍ରୌପଦୀ ମୁର୍ମୁ ।

80

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡ ଉପଲବ୍ଧି ଓ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶକୁ ନୂଆ ଉଚ୍ଚରେ ନେବାରେ ଆମକୁ ସୁଯୋଗ ମିଳିଛି । ବିକଶିତ ଭାରତ ଗଢ଼ିବା ଦେଶବାସୀଙ୍କ ଦାୟିତ୍ୱ । ନ୍ୟାୟିକ ପ୍ରକିୟା ଉପରେ ଦେଶବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ଏଥିସହ ଆଗାମୀ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।