ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବାହୁବଲୀ ଅବତାର : ଜିଓରେ ବାହୁବଲୀ ଗୀତରେ ଯୋଦ୍ଧା ସାଜିଲେ ଡୋନାଲ୍ଡ ଟ୍ରମ୍ପ୍ … ଭିଡିଓରେ ଟ୍ରମ୍ପ୍ ପରିବାର ସହ ଦେଖାଗଲେ ମୋଦି ,ଦେଖନ୍ତୁ ଭିଡିଓ

386

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲାଣି ଭାରତ । ଡୋନାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିୟା ଟ୍ରମ୍ପ୍ , ଝିଅ ଇବାଙ୍କା ଟ୍ରମ୍ପ ଏବଂ ଜ୍ୟୋଇଁ ଜାରେଡ୍ କୁଶନେର୍ ମଧ୍ୟ ଭାରତ ଆସିବେ । ଟ୍ରମ୍ପ ପରିବାର ସହ ୨ ଭାରତୀୟ ଅଧିକାରୀ ମଧ୍ୟ ଆସିବେ । ଏହି ଖାସ୍ ସମୟକୁ ସ୍ମରଣୀୟ କରିବା ପାଇଁ ଭାରତ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆମେରିକା ରାଷ୍ଟ୍ରପତି ମଧ୍ୟ ଏହି ଯାତ୍ରାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଟ୍ୱିଟରରେ ଗୋଟିଏ ଭିଡିଓକୁୁ ରିଟ୍ୱିଟ୍ କରି ସେ ଲେଖିଛନ୍ତି , ଭାରତର ବନ୍ଧୁୁମାନଙ୍କ ସହ ସାକ୍ଷାତ କରିବା ପାଇଁ ମୁଁ ଖୁବ୍ ଉତ୍ସାହିତ । ଆପଣଙ୍କୁ କହିରଖୁଛୁ ଟ୍ରମ୍ପଙ୍କୁ ଏହି ଭିଡିଓରେ ବାହୁବଲୀ ଭଳି ଦେଖାଯାଇଛି । ୧ ମିନିଟ୍ ୨୧ ସେକେଣ୍ଡର ଏହି ଭିଡିଓରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରଣକ୍ଷେତ୍ରରେ ଖଡଗ ଚାଳନ କରୁଥିବାର ଦେଖାଯାଉଛି । ଭିଡିଓରେ ପତ୍ନୀ ମେଲେନିୟା ଟ୍ରମ୍ପ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଟ୍ରମ୍ପ ପରିବାରକୁ ଦେଖାଯାଇଛି ।

ଭିଡିଓରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବାହୁବଲୀ ଡ୍ରେସରେ ଦେଖାଯାଉଥିବା ବେଳେ ମୈଦାନରେ ଶତ୍ରୁଙ୍କ ସହ ଲଢେଇ କରୁଥିବାର ଦେଖାଯାଉଛି । ବ୍ୟାକଗ୍ରାଉଣ୍ଡରେ ବାହୁବଲୀ ସିନେମାର ସୁପରହିଟ୍ ଗୀତ “ଜିଓରେ ବାହୁବଲୀ” ଗୀତ ବାଜୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ @solmenes1 ଭିଡିଓକୁ ରିଟ୍ୱିଟ୍ କରିଛନ୍ତି । ଏହି ଭିଡିଓକୁ ୧୩ ଲକ୍ଷ ଲୋକ ଦେଖିଥିବା ବେଳେ ୬୦ ହଜାରରୁ ଅଧିକ ଲାଇକ୍ ଏବଂ ୧୬ ହଜାରରୁ ଅଧିକ ଲୋକ ଏହାକୁ ରିଟ୍ୱିଟ୍ କରିସାରିଲେଣି ।