କନକ ବ୍ୟୁରୋ : ଆମେରିକା ନିର୍ବାଚନ ଜିତିବା ପରେ ଜୋ-ବାଇଡେନ୍ ଓ ତାଙ୍କ ଡେପୁଟି କମଳା ହାରିସ୍ ବିଜୟ ଅଭିଭାଷଣ ଦେଇସାରିଲେଣି । ବିଶ୍ୱର ବଡ଼ ବଡ଼ ନେତା ନୂଆ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ସାରିଲେଣି । ତେବେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ପୁଟିନ, ବାଇଡେନଙ୍କ ବିଜୟକୁ ଗ୍ରହଣ କରିପାରିନାହାନ୍ତି । ଏପଟେ ନିର୍ବାଚନ ସରିବାର ତିନି ଦିନ ବିତି ସାରିଲାଣି, ହେଲେ ପରାଜୟକୁ ମାନିବାକୁ ରାଜି ହେଉନାହାନ୍ତି ଡୋନାଲ୍ଡ ଟ୍ରମ୍ପ  । ଯଦି ଟ୍ରମ୍ପ ସ୍ୱଇଚ୍ଛାରେ ହ୍ୱାଇଟ୍ ହାଉସ ନଛାଡନ୍ତି, ତେବେ କ’ଣ ହେବ, ଏହା ଉପରେ ନଜର ରଖିଛନ୍ତି ବିଶ୍ୱବାସୀ ।

Advertisment