ରାଷ୍ଟ୍ରପତି ଘରକୁ ଯାଇ ଆଡଭାଣୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ କଲେ ସମ୍ମାନିତ । ପ୍ରଧାନମନ୍ତ୍ରୀ ମୋଦୀ ଥିଲେ ଉପସ୍ଥିତ ।

568

କନକ ବ୍ୟୁରୋ: ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ସର୍ବୋଚ୍ଚ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଡଭାଣୀଙ୍କ ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ରାଷ୍ଟ୍ରପତି ତାଙ୍କ ବାସଭବନକୁ ଯାଇ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ।
ସ୍ୱାସ୍ଥାବସ୍ଥା ଠିକ ନଥିବାରୁ ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଉପସ୍ଥିତ ହୋଇପାରିନଥିଲେ ଆଡଭାଣୀ । ଏଠାରେ ୪ ଜଣ ବ୍ୟକ୍ତିତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।