ସଭାପତି ବଦଳିଲେ ଯଦି ଭାଗ୍ୟ ପରିବର୍ତ୍ତନ ହୋଇଯାଆନ୍ତା, ସମସ୍ତେ ସଭାପତି ବଦଳାଇ ଦିଅନ୍ତେ: ସୌମ୍ୟରଞ୍ଜନ ପଟ୍ଟନାୟକ

3,093

କନକ ବ୍ୟୁରୋ: ଯଦି ସଭାପତି ବଦଳିଲେ ଭାଗ୍ୟ ପରିବର୍ତ୍ତନ ହୋଇଯାଆନ୍ତା ତେବେ ସମସ୍ତେ ସଭାପତି ବଦଳାଇବାରେ ଲାଗନ୍ତେ । ବିଜେପି ରାଜ୍ୟ ସଭାପତି ପରିବର୍ତ୍ତନ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ମନମୋହନ ସାମଲ ରାଜ୍ୟ ସଭାପତି ହୋଇଥିବାରୁ ମୁଁ ଏହାକୁ ସ୍ୱାଗତ ଜଣାଉଛି ।

ସେ କହିଛନ୍ତି, ମୁଁ ବିଜେପିରେ ଥିବାବେଳେ ସେ ମୋର ଜଣେ ଯୁବ ସହଯୋଗୀ ଥିଲେ । ମୁଁ ନିକଟରୁ ତାଙ୍କୁ ଜଣେ । ଉଭୟ କାମକରିବାକୁ ସୁଯୋଗ ମିଳିଥିଲା । ସେ ଜଣେ ଭଲ ସଂଗଠକ । ଆଶା କରୁଛି ତାଙ୍କ ନେତୃତ୍ଵରେ ଦଳ ଯେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି ତାକୁ ସେ ଦୂର କରିବାରେ ସଫଳ ହେବେ । ଗଣତନ୍ତ୍ରରେ ଦଳ ଗୁଡିକ ସମସ୍ତେ ସମୃଦ୍ଧ ହୁଅନ୍ତି । ମୋର ବ୍ୟକ୍ତିଗତ ମତ ଦଳ ଗୁଡ଼ିକ ଯେତିକି ସମୃଦ୍ଧ ହେବ ଗଣତନ୍ତ୍ର ସେତିକି ସମୃଦ୍ଧ ହେବ। ମୋଦିଜୀଙ୍କ ପରି କୌଣସି ଦଳ ମୁକ୍ତ ଭାରତ ସପକ୍ଷରେ ନୁହେଁ । ଯେତେ ଅଧିକ ଦଳ ସମୃଦ୍ଧ ହୋଇ ଲୋକଙ୍କ ଆସ୍ଥାଭାଜନ ହେବେ ସେତିକି ଗଣତନ୍ତ୍ର ସମୃଦ୍ଧ ହେବ।