ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ । କାଲି ନାମାଙ୍କନ, ଉପସ୍ଥିତ ରହିବେ ମୋଦୀ ।

Advertisment
ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଧନ୍ୟବାଦ । କାଲି ନାମାଙ୍କନ, ଉପସ୍ଥିତ ରହିବେ ମୋଦୀ ।

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିଛନ୍ତି ଏବଂ ଟୁଇଟ୍ କରି କହିଛନ୍ତି ସେ ତୃଣମୂଳ ସ୍ତରରେ ସମସ୍ୟାକୁ ଖୁବ ଭଲଭାବରେ ବୁଝିପାରନ୍ତି । ତେଣୁ ଭାରତର ବିକାଶ ଦିଗରେ ଏହା ସହାୟକ ହେବ । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ନାମାଙ୍କନ ଦାଖଲରେ ଓଡିଶାର ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ପ୍ରସ୍ତାବକ ରହିବେ ।

ଓଡିଆ ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିଲ୍ଳୀ ଯିବା ସମୟରେ ତାଙ୍କ ସ୍ୱାଗତ କରିବା ପାଇଁ ପାରମ୍ପରିକ ଆଦିବାସୀ ନାଚ ଗୀତରେ ଫାଟି ପଡିଥିଲା ବିମାନବନ୍ଦର ଅଞ୍ଚଳ । ଆଉ ଏହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଭିତରେ ନାମାଙ୍କନ ଭରିବାକୁ ଦିଲ୍ଲୀ ଯାଇଛନ୍ତି ଦ୍ରୌପଦୀ ମୁର୍ମୁ ।

ଦିଲ୍ଲୀରେ ପହଁଚିବା ପରେ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି, ତୃଣମୂଳ ସ୍ତରରୁ କାମ କରି ଜଣେ ଭଲ ରାଜନେତ୍ରୀ ଭାବେ ପରିଚୟ ବନାଇଛନ୍ତି ଦ୍ରୌପଦୀ ମୁର୍ମୁ । ଆଉ ଏଥିପାଇଁ ତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ସାରା ଦେଶ ଦ୍ରୋପଦୀଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିଛି । ଦ୍ରୌପଦୀ ଟୁଇଟ୍ କରି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ମୁର୍ମୁ । ଆଉ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ।

ଶୁକ୍ରବାର ଦିନ ୧୨ଟାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଦାଖଲ କରିବା ପୂର୍ବରୁ ଏନଡିଏର ଅନ୍ୟ ବରିଷ୍ଠ ନେତାଙ୍କୁ ସେ ସାକ୍ଷାତ କରିବେ ବୋଲି କୁହାଯାଉଛି ।

ନାମାଙ୍କନ ବେଳେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ
ପ୍ରସ୍ତାବକଙ୍କ ମଧ୍ୟରେ ରହିବେ ଦୁଇ ବିଜେଡି ମନ୍ତ୍ରୀ

ଦ୍ରୌପଦୀ ମୁର୍ମୁ ଏନଡିର ପ୍ରାର୍ଥୀ ହୋଇଥିବାରୁ ସେ ନାମାଙ୍କନ ଦାଖଲ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଏଥିସହ ଓଡିଶା ବିଜେପିର ୧୦ରୁ ଅଧିକ ବିଧାୟକ ଉପସ୍ଥିତ ରହିବେ । ସବୁଠାରୁ ବଡ କଥା ହେଉଛି, ଦ୍ରୌପଦୀଙ୍କ ପ୍ରସ୍ତାବଙ୍କ ମଧ୍ୟରୁ ବିଜେଡିର ଦୁଇ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିବେ । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି ।

ଦ୍ରୌପଦୀଙ୍କୁ ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଆରମ୍ଭ ହୋଇଛିି, ଶ୍ରେୟ ରାଜନୀତି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ପଛରେ କାହାର ହାତ ଅଛି ସେ ନେଇ ବୟାନବାଜି ବି ଚାଲିଛି ।
ତେବେ ରାଜନୀତି ଯାହା ବି ହେଉ, ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଏକ ବଡ ସନ୍ଦେଶ ଦେଇଛି ଏନଡିଏ । ଆଦିବାସୀ ଓ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ, ଏହା ଏକ ବଡ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ଏବଂ ଏହି ନିଷ୍ପତ୍ତି ଅନେକ ବିରୋଧୀଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe