ଚର୍ଚ୍ଚାରେ ରାଷ୍ଟ୍ରପତି ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ । ତାଲିବାନୀଙ୍କ ସହ ୧୦ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଥିବା ନେଇ ବାଇଡେନଙ୍କୁ ସୂଚାଇଥିଲେ ଘନି

Advertisment
ଚର୍ଚ୍ଚାରେ ରାଷ୍ଟ୍ରପତି ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ । ତାଲିବାନୀଙ୍କ ସହ ୧୦ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଥିବା ନେଇ ବାଇଡେନଙ୍କୁ ସୂଚାଇଥିଲେ ଘନି

କନକ ବ୍ୟୁରୋ: ତାଲିବାନ ଏକାନୁହେଁ, ତା ସହ ୧୦ରୁ ୧୫ ହଜାର ବିଦେଶୀ ଆତଙ୍କବାଦୀ ରହିଛନ୍ତି । ଯେଉଁମାନେ ଆଫଗାନିସ୍ତାନରେ ଆତଙ୍କ ଖେଳାଉଛନ୍ତି । ଏପରି ତଥ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଇଥିଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି । ଜୁଲାଇ ୨୩ରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଶେଷ ଥର ଫୋନ୍ ଯୋଗେ କଥା ହେବା ସମୟରେ ତାଲିବାନ ଶକ୍ତି ବିଷୟରେ ବାଇଡେନଙ୍କୁ ଅବଗତ କରାଇଥିଲେ ଘନି ।..

ଦେଶ ଛାଡିବା ଆଗରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏର୍ଟସର ଏକ ରିପୋର୍ଟ ଅନୁସାରେ, ଜୁଲାଇ ୨୩ରେ ଶେଷଥର ବାଇଡେନ୍ ଓ ଘନୀଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ୧୪ ମିନିଟର ଫୋନ୍ କଲରେ ଆଫଗାନିସ୍ତାନରେ ତାଲିବାନର ଆତଙ୍କ ନେଇ ଆଲୋଚନା କରିଥିଲେ ଘନି ।

ଘନି କହିଥିଲେ –
“ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନ ଆତଙ୍କବାଦୀ ଆଫଗାନିସ୍ତାନରେ ରହି ତାଲିବାନିଙ୍କ ସହ ଆତଙ୍କ ଖେଳାଉଛନ୍ତି.. ତାଲିବାନିଙ୍କ ସହ ମିଶି ଆଫଗାନ ସେନା ଉପରେ ଆକ୍ରମଣ କରୁଛନ୍ତି.. ଆଉ ତାଲିବାନକୁ ପୂର୍ଣ୍ଣ ସହାୟତା କରି ଆସୁଛି ପାକିସ୍ତାନ..”

ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଲିବାନ ଶକ୍ତି ବିଷୟରେ ଅବଗତ କରାଇଥିଲେ ଅସରଫ ଘନି । କିପରି ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ତାଲିବାନ ଦିନକୁ ଦିନ ଶକ୍ତିଶାଳୀ ହେଉଛି ସେ ବିଷୟରେ ସୂଚନା ଦେବା ସହ ସାମରିକ ସହାୟତା ମଧ୍ୟ ଲୋଡିଥିଲେ ଘନି । ମିଳିଥିବା ସୂଚନା ମୁତାବକ ଦୁଇ ରାଷ୍ଟ୍ର ମୁଖ୍ୟ ରାଜନୈତିକ ରଣନୀତି, ସାମରିକ ସହାୟତା ଓ ରଣ କୌଶଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ରଏଟର୍ସ ସୂଚନା ଅନୁସାରେ ଘନୀଙ୍କୁ ସମସ୍ତ ସାମରିକ ସହାୟତା ଯୋଗାଇବାକୁ ବାଇଡେନ କହିଥିଲେ । ଏଥିସହ ଆଫଗାନର ତତକାଲିନ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ବିସମିଲା ଖାନ ତାଲିବାନଙ୍କ ବିରୋଧରେ ଲଢିବାକୁ ଦାୟିତ୍ୱ ନିଅନ୍ତୁ ବୋଲି ରାଷ୍ଟ୍ରପତି ବାଇଡେନ୍ ମତ ରଖିଥିଲେ । ବାଇଡେନଙ୍କ ସହ ଆଲୋଚନାର ଠିକ ୧୫ ଦିନ ପରେ ଆଫଗାନ ଛାଡିଥିଲେ ଘନୀ । ଆଉ କାବୁଲ ଉପରେ ଦଖଲ କରିଥିଲା ତାଲିବାନ ।

ତାଲିବାନୀଙ୍କୁ ରୋକିବା ପାଇଁ ଫୋନରେ ଆଲୋଚନା କରିଥିଲେ ରାଷ୍ଟ୍ରପତି ବାଇଡେନ୍ ଓ ଘନି । ହେଲେ ଏମାନଙ୍କ କଥା ହେବାର ମାତ୍ର ୧୫ ଦିନ ମଧ୍ୟରେ ପୁରା ଆଫଗାନିସ୍ତାନକୁ କବ୍ଜା କରିନେଇଥିଲା ତାଲିବାନ । ଆଉ ସେ ଏତେ ଶୀଘ୍ର ଆଫଗାନିସ୍ତାନକୁ ଦଖଲ କରିନେବ ବୋଲି ସ୍ୱପ୍ନରେ ସୁଦ୍ଧା କଳ୍ପନା କରିଥିଲେ ଉଭୟ ବାଇଡେନ୍ ଓ ଘନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe