ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଟୋକିଓରେ ଭାରତକୁ ଦ୍ୱିତୀୟ ମେଡାଲ ଦେଇଛନ୍ତି ପିଭି ସିନ୍ଧୁ

196

କନକ ବ୍ୟୁରୋ: ଟୋକିଓରେ ଭାରତକୁ ଦ୍ୱିତୀୟ ମେଡାଲର ସଫଳତା ଦେବା ପରେ ସିନ୍ଧୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର । ବ୍ୟାଡମିଣ୍ଟନରେ ସଟଲର ପିଭି ସିନ୍ଧୁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଆଜି ଖେଳାଯାଇଥିବା ଦମଦାର ଟକ୍କରରେ ସିନ୍ଧୁ ଚାଇନାର ବିଙ୍ଗ୍ ଜିଆଉଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ । ୨୧-୧୩ ଏବଂ ୨୧-୧୫ ଦୁଇଟି ସେଟରେ ବିଜୟୀ ହୋଇଛନ୍ତି ପିଭି ସିନ୍ଧୁ ।