କନକ ବ୍ୟୁରୋ : ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି । ସରକାରଙ୍କ ଉପଲବ୍ଧି ଓ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି । କହିଲେ, ଆସନ୍ତା ୨୫ ବର୍ଷକୁ ଆଖିରେ ରଖି କାମ କରୁଛନ୍ତି ସରକାର । ରାଷ୍ଟ୍ରପତି କହିଛନ୍ତି ଭାରତରେ ପ୍ରସ୍ତୁତ ଭ୍ୟାକସିନ୍ ସାରା ବିଶ୍ୱକୁ ମହାମାରା ମୁକ୍ତ କରିବା ଓ କୋଟି କୋଟି ଲୋକଙ୍କ ଜୀବନ ବଂଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ।

Advertisment

ବର୍ତମାନ ସୁଦ୍ଧା ଦେଶରେ ୯୦ ପ୍ରତିଶତରୁ ଅଧିକ ବୟସ୍କ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଲାଣି । ୭୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ନେଇ ସାରିଲେଣି । ଏହା ସହ ରାଷ୍ଟ୍ରପତି କହିଛନ୍ତି, ସରକାର କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ସରକାର ରେକର୍ଡ ଉତ୍ପାଦନକୁ ଲକ୍ଷ୍ୟରେ ରଖି ରେକର୍ଡ କ୍ରୟ କରିଛନ୍ତି । ସରକାରଙ୍କ ପ୍ରୟାସରେ ଦେଶର କୃଷି ଉତ୍ପାଦନ ରେକର୍ଡ ସ୍ତରରେ ପହଂଚିଛି । ଜନଔଷଧି କେନ୍ଦ୍ରରୁ ଲୋକଙ୍କୁ ସୁବିଧା ମିଳିପାରୁଛି । ୮ହଜାର ଜନଔଷଧି କେନ୍ଦ୍ରରେ କମ୍ ଖର୍ଚ୍ଚରେ ଔଷଧ ମିଳୁଛି ।  ବିଶ୍ୱର ୧୮୦ଦେଶକୁ ଭାରତୀୟ ଫାର୍ମା ଔଷଧ ଯୋଗାଉଛି ।
ବାବା ସାହେବଙ୍କ ଆଦର୍ଶରେ ସରକାର ଚାଲୁଛନ୍ତି । ସ୍ୱାଧୀନତା, ସମାନତା ଓ ଭାଇଚାରା ଲାଗି ବାବା ସାହେବଙ୍କ ଆହ୍ୱାନ । ସରକାରଙ୍କ ମନ୍ତ୍ର : ସବକା ସାଥ, ସବକା ବିକାଶ
ଶ୍ରମିକଙ୍କ ପାଇଁ ସରକାର ଇ-ପୋର୍ଟାଲ ଆରମ୍ଭ କରିଛନ୍ତି । ଗରିବଙ୍କ ଗରିମା ବଢାଇବା ଲକ୍ଷ୍ୟରେ ସରକାର । ଡିଜିଟାଲ ଇକୋନୋମି ଲାଗି ସରକାର ପ୍ରଯତ୍ନଶୀଳ । ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ଯାଏଁ ବଢାଯାଇଛି ।

୨କୋଟିରୁ ଅଧିକ ଲୋକଙ୍କୁ ପକ୍କାଘର ମିଳିଛି । ଚାଷୀଙ୍କୁ ଆହୁରି ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ । କ୍ଷୁଦ୍ର ଚାଷୀଙ୍କ ଉପରେ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍ । ବର୍ଷା ଜଳ ସଂରକ୍ଷଣ ନେଇ ଦ୍ରୁତ ଗତିରେ କାମ ଚାଲୁଛି । ଅଟଳ ଭୂଜଳ ଯୋଜନାରେ ୬୪ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନ ।

ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ସରକାର କାମ କରୁଛନ୍ତି । ପୁଅଙ୍କ ସହ ଝିଅଙ୍କ ବିବାହ ବୟସ ସମାନ କରାଯାଇଛି । ମହିଳା ପୋଲିସ କର୍ମୀଙ୍କ ସଂଖ୍ୟା ବଢୁତ ବଢିଛି । ସୈନିକ ସ୍କୁଲରେ ଝିଅଙ୍କ ନାମାଙ୍କନ ଆରମ୍ଭ ହେଉଛି ।

ନୂଆ ଶିକ୍ଷାନୀତିରେ ଆତ୍ମନିର୍ଭରତା ବଢିଛି । ୧୯ଟି ଇଞ୍ଜିନିୟରିଂ ରଲେଜରେ ୬ଟି ଭାଷାରେ ପାଠପଢା ହେଉଛି । ଭାରତରେ ଇଣ୍ଟରନେଟ୍ ଦାମ୍ ସବୁଠୁ ଶସ୍ତା । ଭାରତରେ ବିଦେଶୀ ନିବେଶ ପରିମାଣ ବଢିଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାର ରହିଛି ।

ପୂରା ଦେଶରେ ସଡକ ନିର୍ମାଣ କାମ ଦ୍ରୁତଗତିରେ ଚାଲିଛି । ସଡକ ଦ୍ୱାରା ବିକାଶର ନୂଆ ରାସ୍ତା ଫିଟିଛି । ଗ୍ରାମାଞ୍ଚଳରେ ଦ୍ରୁତ ଗତିରେ ସଡକ ନିର୍ମାଣ କାମ ଚାଲିଛି ।
ଗତି ଶକ୍ତି ଯୋଜନାରେ ନୂଆ ଯୁଗ ଆରମ୍ଭ ହୋଇଛି ।

୨୧ଟି ନୂଆ ଏୟାରପୋର୍ଟ ଲକ୍ଷ୍ୟ ରେ ସରକାର । ୨୪ଟି ରାଜ୍ୟରେ ୧୧ଟି ଜଳମାର୍ଗ ଘୋଷଣା କରାଯାଇଛି । ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ବଢିଛି । ନୂଆ ଡ୍ରୋନ୍ ନିୟମକୁ ବି ଲାଗୁ କରାଯାଇଛି । ବିଶ୍ୱରେ ସର୍ବାଧିକ ମୋବାଇଲ୍ ଉତ୍ପାଦନ ଭାରତରେ ହେଉଛି ।