ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି । ପକ୍ଷୀଙ୍କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

93

କନକ ବ୍ୟୁରୋ : ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ି ଏବେ ଆକୃଷ୍ଟ କରୁଛି ପର୍ଯ୍ୟଟକଙ୍କୁ । ଶୀତ ରୁତୁର ଆଗମନ ସହ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି ମଙ୍ଗଳାଯୋଡ଼ିକୁ । ଏଠାରେ ପକ୍ଷୀଙ୍କ ସୁରକ୍ଷା ସହ ଉକ୍ରୃଷ୍ଟ ପରିବେଶ ଉଦେଶ୍ୟରେ ପ୍ରେରଣ ଇଂଟନନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ଯୋଗଦେଇଥିଲେ । ଗ୍ରୀନ ଆର୍ମି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।