ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି, ସମସ୍ୟା ଦେଖାଦେଲେ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ।

ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି, ସମସ୍ୟା ଦେଖାଦେଲେ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ।

କନକ ବ୍ୟୁରୋ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ମୌସୁମୀ ବର୍ଷା ପ୍ରସ୍ତୁତି ସୁରକ୍ଷା ପଦକ୍ଷେପ ଘୋଷଣା କରାଯାଇଛି । ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନଓଡିଏଲ୍ ଲକ୍ଷ୍ୟ ରଖିଥିବା ବେଳେ ଉପଭୋକ୍ତା, କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ସଚେତନ ଓ ଦାୟିତ୍ୱବାନ ଆଭିମୁଖ୍ୟ ଗ୍ରହଣ କରିବା ଲାଗି କମ୍ପାନି ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆହ୍ଵାନ ଦିଆଯାଇଛି । ମୌସୁମୀ ଋତୁରେ ଦେଖାଦେଉଥିବା ବିଦ୍ୟୁତ୍ ଜନିତ ଘଟଣାଗୁଡ଼ିକୁ ନଜରରେ ରଖି କେତେକ ସରଳ ପ୍ରତିଷେଧମୂଳକ ପଦକ୍ଷେପ ଘୋଷଣା କରାଯାଇଛି । ଏହା ଦ୍ଵାରା ବର୍ଷା ଋତୁରେ ବିଦ୍ୟୁତ୍ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଓ ଧନଜୀବନ ସୁରକ୍ଷିତ ରହି ପାରିବ ।

ଜଳମଗ୍ନ କିମ୍ବା ମିଟର କ୍ୟାବିନରେ ଲିକେଜ୍ ଭଳି ଘଟଣାରେ ମେନ୍ ସୁଇଚ ବନ୍ଦ କରିବା, ଓୟାରିଂରେ କିଛି ପରିବର୍ତ୍ତନ ହୋଇଥିଲେ ତା'କୁ ଭଲ ଭାବେ ଯାଞ୍ଚ କରିବା, ଜଣେ ଲାଇସେନ୍ସପ୍ରାପ୍ତ ବିଦ୍ୟୁତ୍ କଣ୍ଟ୍ରାକ୍ଟରଙ୍କ ଜରିଆରେ ତାହା ପରୀକ୍ଷା କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି । କୌଣସି ବିଦ୍ୟୁତ୍ ବ୍ୟବସ୍ଥାକୁ ଓଦା ହାତରେ ସ୍ପର୍ଶ ନ କରିବା, ଅନୁମୋଦିତ ଲୋଡ୍‌ଠାରୁ ଅଧିକ ବିଦ୍ୟୁତ୍ ବ୍ୟବହାର ନ କରିବାକୁ ମଧ୍ୟ କୁହାଯାଇଛି । ମୌସୁମୀ ଋତୁରେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ଉପରେ ଗାଡ଼ି ନ ଚଲାଇବା, ଷ୍ଟ୍ରିଟ୍‌ଲାଇଟ୍‌ ଖୁଣ୍ଟ କିମ୍ବା ବଣ୍ଟନ ସ୍ତମ୍ଭରେ ଯଦି କୌଣସି ସ୍କାର୍କ ଦେଖାଯାଉଛି; ତେବେ ତା'କୁ ସ୍ପର୍ଶ ନ କରି ଉପଭୋକ୍ତା ସହାୟତା ନମ୍ବରରେ ଯୋଗାଯୋଗ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଦର୍ଶାଯାଇଛି ।

ସେହିପରି ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହିତ ଯେକୌଣସି ପ୍ରକାର ଅଭାବନୀୟ ଘଟଣାର ସୂଚନା ଦେବା ଲାଗି ଟିପିଏନଓଡିଏଲ୍ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ରରେ ବ୍ୟାପକ ଉନ୍ନତି ଅଣାଯାଇଛି । ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସହାୟତା ପାଇଁ ଉପଭୋକ୍ତା ସହାୟତା ନମ୍ବର ୧୮୦୦-୩୪୫୬୭୧୮ କିମ୍ବା ୧୯୧୨କୁ କଲ୍ କରିବାକୁ ଟିପିଏନଓଡିଏଲ୍ ପକ୍ଷରୁ ଦର୍ଶାଯାଇଛି । ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ଗତ କିଛିବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି । ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ୱରିତ ସମାଧାନ ଦିଗରେ ଗୁରୁତ୍ୱ ଦେଇ କମ୍ପାନୀ ମୌସୁମୀ ଋତୁରେ ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଅପରେସନାଲ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିଭିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ମଧ୍ୟ ଟିପିଏନଓଡିଏଲ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe