ଖରାଦିନ ପାଇଁ ପ୍ରସ୍ତୁତ ରୁହ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଖରାଦିନ ପାଇଁ ପ୍ରସ୍ତୁତ ରୁହ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

କନକ ବ୍ୟୁରୋ : ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ ।

ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବା ବୈଷୟିକ ଅନୁଷ୍ଠାନଗୁଡିକରେ ପାନୀୟ ଜଳର ଉପଲବ୍ଧକୁ ନିଶ୍ଚିତ କରିବାକୁ କୁହାଯାଇଛି । ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ, କଲେଜଗୁଡ଼ିକରେ ପର୍ଯ୍ୟାପ୍ତ ଓଆରଏସ ରଖାଯିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଛି । କୌଣସି ବାହ୍ୟ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ଚିଠିରେ ଉଲ୍ଲେଖ ଥିବା ବେଳେ ଛାତ୍ରଛାତ୍ରୀ ମାନେ ଅଧିକ ଖରା ସଂସ୍ପର୍ଶରେ ନ ଆସିବେ ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନକୁ ଆସିବା ବେଳେ ସାଥୀରେ ପାଣି ବୋତଲ ଯେମିତି ଆଣିବେ ସେଥିପ୍ରତି ଅଭିଭାବକ ଦୃଷ୍ଟି ଦେବେ । ଏଥିପାଇଁ ବିଭିନ୍ନ ସ୍ତରରେ ଅଭିଭାବକମାନଙ୍କୁ ସଚେତନ କରାଯିବ । ହିଟ ୱେଭର ଭୟାବହତା ଏବଂ କିଭଳି ସର୍ତକତା ଅବଲମ୍ବନ କରିବେ ସେ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ କିଛି ସମୟ ଲେଖାଏଁ ବୁଝାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe