ଫୋନି ମୁକାବିଲା ଚିନ୍ତା ! ସଜାଗ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି ।

302

କନକ ବ୍ୟୁରୋ: ‘ଫୋନି’ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ବିଷ୍ଣୁପଦ ସେଠୀ । ସଜାଗ ରହିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୁରୀର ଦକ୍ଷିଣ ଦିଗରେ, ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ମେ ୩ ତାରିଖ ଶୁକ୍ରବାର ଅପରାହ୍ନରେ ବାତ୍ୟା ‘ଫୋନି’ ଲ୍ୟାଣ୍ଡଫଲ କରିପାରେ । ସେହିପରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବର୍ତମାନ ଏହି ବାତ୍ୟା ‘ଫୋନି’ ପୁରୀରୁ ୭୦୦ କିଲୋମିଟର ଦୂରରେ ଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ଏହା ‘ଏକ୍ସ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ର ରୂପ ନେବ । ଏବଂ ଉତର –ଉତ୍ତର ପୂର୍ବ ଦିଗକୁ ଏହି ବାତ୍ୟା ଗତି କରି ଓଡିଶା ଉପକୂଳକୁ ମୁହାଁଇବ । କିନ୍ତୁ ଚିନ୍ତାର କଥା ହେଉଛି , ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୭୫ରୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଏପରିକି ପବନର ବେଗ ଘଂଟା ପ୍ରତି ୨୦୫ କିଲୋମିଟରକୁ ଅତିକ୍ରମ କରିପାରେ ବୋଲି କୁହାଯାଇଛି ।

SRCଅନ୍ୟପଟେ ‘ଫୋନି’ ପ୍ରଭାବରେ ଆସନ୍ତା ୨ ତାରିଖରୁ ବର୍ଷାର ପରିମାଣ ଧିରେ ଧିରେ ବୃଦ୍ଧି ପାଇବ । ଏହାସହ ୩ ତାରିଖରେ ସ୍ଥଳଭାଗ ଛୁଇଁଲା ପରେ ଏହାର ପ୍ରଭାବ ବେଶ୍ ପଡ଼ିବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ତେଣୁ ରାଜ୍ୟର ୬ଟି ଉପପୂଳ ଜିଲ୍ଲା ଯଥା- ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ବେଶୀ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି । ଏହାସହ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବେଶ୍ ଅଧିକ ରହିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେଣୁ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ।