ଟନେଲରେ ଡ୍ରିଲିଂ କାମ ଶେଷ । ଶ୍ରମିକଙ୍କ ପାଖରେ ପହଞ୍ଚିଲା ପାଇପ୍ । ଟନେଲ ବାହାରେ ପହଞ୍ଚିଲା ଆମ୍ବୁଲାନ୍ସ, ଡାକ୍ତର ଟିମ୍ ।

832

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଟନେଲରୁ ବାହାରିବେ ଶ୍ରମିକ । ଟନେଲରେ ଡ୍ରିଲିଂ କାମ ଶେଷ ହୋଇଛି । ଶ୍ରମିକଙ୍କ ପାଖରେ ପହଞ୍ଚିସାରିଛି ପାଇପ୍ । ଏହା ସାହାଯ୍ୟରେ ଶ୍ରମିକଙ୍କୁ ବାହାରକୁ କଢାଯିବ । ଏନେଇ ଉତରାଖଣ୍ଡ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୫୫.୩ମିଟର ପର୍ଯ୍ୟନ୍ତ ପାଇପ ପ୍ରବେଶ କରାଯାଇଛି ।

ଟନେଲ ବାହାର ଅଂଚଳ ଅଧିକ ଚଳଚଂଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ଟନେଲ ବାହାରେ ପୁଣି ଥରେ ପହଂଚିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଗୁଡ଼ିକୁ ଟନେଲ ଭିତରକୁ ନିଆଯାଇଛି । ଏନଡିଆରଏଫ, ଏସଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।