କନକ ବ୍ୟୁରୋ : ଭାରତରେ ଟିକାକରଣ ପାଇଁ ବିଶାଳ ପ୍ରସ୍ତୁତି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଏଥିପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି ଗାଭି ଭାକି୍ସ ଆଲାଏନ୍ସ । ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିଲା ।
ତେଣୁ ଦେଶର ୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ । ୬ରୁ ୮ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବ । ଦେଶରେ ୪ ପ୍ରକାର ଟିକା ବ୍ୟବହାର ହୋଇପାରେ । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା, ଋଷିଆର ସ୍ପୁଟନିକ-ଭି, ଜାଇଡସ କାଡିଲାର ଜାଇକୋଭ-ଡି ଓ ଭାରତ-ବାୟୋଟେକର କୋଭାକ୍ସିନ ଟିକା ବ୍ୟବହାର ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/1-28.jpg)