ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସଓପି ଜାରି

375

କନକ ବ୍ୟୁରୋ : ତୃତୀୟ ଲହର ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ପଠାଇଛି । ଆସନ୍ତା ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।

ଶିଶୁଙ୍କ ପାଇଁ ୨୩ଶହ ୯୦ ଟି ବେଡ଼ ପ୍ରସ୍ତୁତ ରଖାଯାଇଛି । ୬୧୦ ଆଇସିୟୁ ମଧ୍ୟ ରଖାଯାଇଛି । ଅକ୍ସିଜେନ୍ ଓ ମେନିସିନ୍ ମଧ୍ୟ ମହଜୁଦ୍ ରହିଛି । ଶିଶୁଙ୍କୁ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ବୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ ରଖାଯାଇଛି । ଆସନ୍ତା ସପ୍ତାହରେ ଆହୁରି ଟିକା ରାଜ୍ୟକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।