ଦ୍ୱିତୀୟ କୋଣାର୍କ ପାଇଁ ପୁଣି ଅଣ୍ଟାଭିଡା । ଜିଲ୍ଲାପାଳ କହିଲେ ଜମି କିଣିବା ଉପରେ ହେବ ତଦନ୍ତ ।

408

କନକ ବ୍ୟୁରୋ : କୋଣାର୍କରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ତିଆରି ପାଇଁ ଏକ ସଂସ୍ଥା ସରକାରଙ୍କଠାରୁ ଅନୁମତି ମାଗିବା ପରେ ଏହି ପ୍ରସଙ୍ଗ ଏକ ନୂଆ ମୋଡ ନେଇଛି । ଦ୍ୱିତୀୟ କୋଣାର୍କ ମନ୍ଦିର ତିଆରି ପାଇଁ ସୂର୍ଯ୍ୟମନ୍ଦିର ନିର୍ମାଣ ଅନୁଷ୍ଠାନ ଏକ ପ୍ରେସମିଟ୍ କରିଥିଲା ଏବଂ ସରକାରଙ୍କ ପକ୍ଷରୁ ଅନୁମତି ମଧ୍ୟ ମାଗିଥିଲା ।

ଓମ୍ ବାବା ନାମକ ଜଣେ ବ୍ୟକ୍ତି କୋଣାର୍କ ବସଷ୍ଟାଣ୍ଡ ପାଖରେ ପ୍ରାୟ ଦୁଇ ଏକର ଜମି କିଣିଥିଲେ । ତେବେ ଓମ୍ ବାବାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଜମିରେ ଦ୍ୱିତୀୟ ମନ୍ଦିର ତିଆରି ପାଇଁ ଆଉ ଏକ ଅନୁଷ୍ଠାନ ଉଦ୍ୟମ କରୁଛି ।

ସେପଟେ ଏହି ମାମଲାରେ ପୁରୀ ଜିଲ୍ଲାପାଳ କହିଛନ୍ତି ଏହି ଜମିର ତଦନ୍ତ ପାଇଁ ରେଭିନ୍ୟୁ ଇନସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାପରେ କାର୍ଯ୍ୟାନୁଷ୍ଠାନ ହେବ । ଇତି ମଧ୍ୟରେ ଶୁଣିବାକୁ ମିଳୁଛି ଓମ୍ ବାବା କିଣିଥିବା ଦୁଇ ଏକର ଜମି ସରକାରୀ ଜମି, ଏବଂ କିଛି ଲୋକ ସରକାରୀ ଜମିକୁ ଓମ୍ ବାବାଙ୍କୁ ବିକ୍ରି କରିଥିବା ଜଣାପଡିଛି ।