୯ ମାସ ପରେ କାଲିଠୁ ଦର୍ଶନ ଦେବେ କାଳିଆ ଠାକୁର । ଭାବର ଠାକୁରଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । ପ୍ରଥମେ ସେବାୟତ, ପରେ ପୁରୀବାସିନ୍ଦା କରିବେ ଦର୍ଶନ ।

152

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ପ୍ରେମୀ ଦୀର୍ଘ ୯ମାସ ହେଲା ଯେଉଁ ଦିନକୁ ଚାହିଁ ବସିଥିଲେ ରାତି ପାହିଲେ ସେହି ଦିନ ଆସିବାକୁ ଯାଉଛି । ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ୨୬ରୁ ମାସ ଶେଷ ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩ ତାରିଖରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଅନ୍ୟ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ।

ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ ମାସର ବ୍ୟବଧାନ ପରେ ମହାପ୍ରଭୁଙ୍କ ମିଳିବ ଦର୍ଶନ । ବୁଧବାର ସକାଳୁ ସେବାୟତ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ପ୍ରଶାସନ ।

-୨୩ରୁ ୨୫ ତାରିଖ ମଧ୍ୟରେ ଦର୍ଶନ କରିବେ ସେବାୟତ
-୨୬ ତାରିଖ ସକାଳ ୭ଟା୩୦ରୁ ପୁରୀବାସୀ କରିବେ ଦର୍ଶନ

ନଜର ପକାନ୍ତୁ କେଉଁ ୱାର୍ଡ ବାସିନ୍ଦା କେବେ ଆଉ କେଉଁ ସମୟରେ କରିବେ ଦର୍ଶନ

୨୬ ତାରିଖ
୭.୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୬ ଏବଂ ୯
୧୨ଟାରୁ ୪ଟା୩୦ – ୱାର୍ଡ ନମ୍ବର ୧୨ ଏବଂ ୧୫
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୨,୩ ଏବଂ ୧୧

୨୭ ତାରିଖ
ସକାଳ ୭ଟା୩୦ରୁ ୧୧ଟା ୩୦ – ୱାର୍ଡ ନମ୍ବର ୧୩
୧୨ଟାରୁ ୪ଟା – ୱାର୍ଡ ନମ୍ବର ୧୬
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୪,୧୭,୨୦

୨୮ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୭.୧୯
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୮ ଏବଂ ୨୧
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୫

୨୯ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୧୪,୩୨
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୨ ଏବଂ ୨୬
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୧

୩୦ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୨୩,୨୪
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୫ ଏବଂ ୩୦
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୨୭

୩୧ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୨୮
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୯ ଏବଂ ୩୧

ତେବେ ସହରବାସୀଙ୍କୁ ମାର୍କେଟ ଛକରୁ ବାରିକେଡରେ ଆସି ଦର୍ଶନ କରିବା ପାଇଁ ୩ କିଲୋମିଟର ଚାଲିବାକୁ ପଡିବ ।

ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ । ଭିତର ବେଢାରେ ସାତପାହାଚ ପାଖରେ ଗରୁଡସ୍ତମ୍ଭ ନିକଟରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ୱାରରେ ଦର୍ଶନ ବ୍ୟବସ୍ଥା ରହିବ । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।