ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ଚାଲିବ ପରୀକ୍ଷା ; କରୋନା ପରୀକ୍ଷାର୍ଥୀ ମଧ୍ୟ ଦେଇପାରିବେ ପରୀକ୍ଷା

205

କନକ ବ୍ୟୁରୋ : ଚଳିତ ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ପରୀକ୍ଷା ଚାଲିବ । କରୋନା ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି । ଚଳିତଥର ୮୩ଟି ଷ୍ଟ୍ରମରେ ନାମଲେଖା ହେଉଛି । ୧୪,୭୦୦ସିଟ୍ ପାଇଁ ଆବେଦନ କରିଛନ୍ତି ୬୨,୨୦୦ ଛାତ୍ରଛାତ୍ରୀ । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ନଭେମ୍ବର ୭ରେ ବାହାରିବ ମେରିଟ୍ ଲିଷ୍ଟ । ପ୍ରେସମିଟରେ ସୂଚନା ଦେଲେ ଉଚ୍ଚଶିକ୍ଷା ବିଭାଗ ସଚିବ ।

ପ୍ରତ୍ୟେକ ପରୀକ୍ଷା ୯୦ମିନିଟ୍ ଅବଧିର ହେବ । ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ କିଛି ମଡେଲ୍ ପ୍ରଶ୍ନ ୱେବସାଇଟରେ ଅପଲୋଡ୍ କରାଯାଇଛି । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଦିନ ତିନୋଟି ସିଟିଙ୍ଗରେ ପରୀକ୍ଷା ଅନୁଷ୍ଠିତ ହେବ ।