ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି : ଭଞ୍ଜନଗର ଜଳଭଣ୍ଡାର ଖାଲି କଲା ପ୍ରଶାସନ

151

କନକ ବ୍ୟୁରୋ : ଜଳଭଣ୍ଡାରରୁ ଖାଲି ହେଲା ପାଣି । ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭଞ୍ଜନଗର ପ୍ରଶାସନ । ଜଳସମ୍ପଦ ବିଭାଗ ଅଧିନରେ ଥିବା ଭଞ୍ଜନଗର, ସୋରଡା, ଡହ, ଓ ବାଘୁଆ ଜଳଭଣ୍ଡାରରୁ ଜଳ ଧାରଣ କ୍ଷମତାଠାରୁ ୭୫ ପ୍ରତିଶତକୁ ଜଳ ଖାଲି କରାଯାଇଛି । ଜଳ ଭଣ୍ଡାରର ପାଣିକୁ ବିଭିନ୍ନ କେନାଲ ଓ ସ୍ୱିଲୱେ ମାଧ୍ୟମରେ ନଦୀ ଗୁଡିକୁ ଏହି ପାଣିକୁ ଛଡାଯାଇଛି । ଗତ ସପ୍ତାହରେ ଲଗାଣ ବର୍ଷାରେ ସୋରଡା ଓ ଡହ ଜଳଭଣ୍ଡାରରେ ପ୍ରବଳ ପାଣି ପ୍ରବେଶ କରିଥିଲା । ତେଣୁ ଯଦି ଅଧିକ ବର୍ଷା ହୁଏ ତେବେ, ସରକାରଙ୍କ ନିର୍ଦେଶ ଅନୁଯାୟୀ ଜଳ ଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ଭଣ୍ଡାରକୁ ଜଳ ଛଡାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୨ ତାରିଖ ଯାଏଁ ବର୍ଷା ସଂଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।