ରାତିରୁ ପୁରୀ ଶ୍ରୀମନ୍ଦିରରେ ରୀତିନୀତି, କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଆଜି ରାତି ୨ଟାରୁ ୧୪୪ ଧାରା, ଶୃଙ୍ଖଳିତ ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ।

246

କନକ ବ୍ୟୁରୋ : ରାତିପାହିଲେ ମହାପ୍ରଭୁଙ୍କ ବିରଳ ଯୋଦ୍ଧା ବେଶ, ନାଗାର୍ଜୁନ ବେଶ । ଏନେଇ ପବିତ୍ର ବିଜୟା ଦଶମୀରୁ ଅନୁକୁଳ ହୋଇଥିଲା ବେଶର ନିର୍ମାଣ କାର୍ଯ୍ୟ । ଆଜି ଶୁଭ ମୂହୁର୍ତ୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିବ ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ହେଉଥିବା ଏହି ବେଶକୁ କିନ୍ତୁ କରୋନା କଟକଣା କାରଣରୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ ।

ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି । ଆଜି ରାତି ୧୨ଟାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୪୪ ଧାରା ଜାରି ସମୟରେ ପତିତପାବନ ଦର୍ଶନରୁ ବଂଚିତ ରହିବେ ଭକ୍ତ ।