ଆସନ୍ତାକାଲିଠୁ ଶିଶୁଙ୍କୁ ଟିକା ଦେବା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

320

କନକ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ ଲକ୍ଷ ଟିକାକରଣ ହୋଇଛି । ୨୨ ଲକ୍ଷ ଟିକା ମହଜୁଦ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨୪ ଲକ୍ଷ ଲୋକ ଏବେ ବି ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି । ଆସନ୍ତାକାଲିଠୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ଗୋଟିଏ ୪୦ ଲକ୍ଷ ୨ ବର୍ଷରୁ ୧୮ ବର୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ, ପୂଜା ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା । ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଜଣାପଡିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗଜନକ ନୁହେଁ । କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ। ଯେଉଁ ସମୟରେ ପିକ ଭିଡ଼ ଥିଲା ସେହି ସମୟ ଆସିନି। ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବ । ତୃତୀୟ ଲହର ନେଇ ଏଂଡେମୀକ ଭାଇରୋଲୋଜିଷ୍ଟ କହିଛନ୍ତି ଏବେ ଏଂଡେମୀକ ସ୍ତରରେ ଅଛୁ । ଏବେବି କୋଭିଡ ଅଛି । ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି । ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ବ୍ୟସ୍ତ ହେବାର କିଛି ନାହିଁ ।

ସେହି ଭ୍ୟାରିଆଣ୍ଟ କଣ୍ଟାକ୍ଟ ଟ୍ରେସିଂ ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି । ଏ ବାବଦରେ ରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସ କିଛି ଅବଗତ କରାଇନାହାନ୍ତି । ଏତେ ଆତଙ୍କିତ ହେବାର କିଛି କାରଣ ନାହିଁ । ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କା କମ ରହିଛି । କିନ୍ତୁ ଅନଲକ ହୋଇଛି ,ବିଭିନ ଅନୁଷ୍ଠାନ ଖୋଲିଛି ଲୋକ ମାନେ ନିଜ ଆଡୁ ସତର୍କ ରୁହନ୍ତୁ । ଯେଉଁଠି କାର୍ଯ୍ୟ ହେଉଛି କୋଭିଡ ନିୟମ ଅନୁପାଳନ କରନ୍ତୁ ।