କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ କରାଯାଉଛି ସଂପୂର୍ଣ୍ଣ ସାନିଟାଇଜ ।

166

କନକ ବ୍ୟୁରୋ : ଖୁବ ଶୀଘ୍ର ହଲରେ ସିନେମା ଦେଖିବେ ଦର୍ଶକ । ରାଜଧାନୀରେ ଆସନ୍ତା ୮ ତାରିଖରେ ଖୋଲୁଛି କେଶରୀ ଟକିଜ । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ପରେ ପୁଣି ବଡ ପରଦାରେ ଫିଲ୍ମ ଦେଖିପାରିବେ ରାଜଧାନୀ ବାସୀ । ୫୦ ପ୍ରତିଶତଙ୍କୁ ନେଇ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ସରକାରଙ୍କ ଗାଇଡଲାଇନ ପରେ ହଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ କୋଭିଡ଼ କଟକଣା ମଧ୍ୟରେ ସିନେମା ଖୋଲିବା ନେଇ ପ୍ରସ୍ତୁତି ଚାଲିଛି । କେଶରୀ ଟକିଜ କାନ୍ଥରେ ଫିଲ୍ମ ବ୍ୟାନର ଲାଗିଲାଣି । ଦୀର୍ଘଦିନ ହେବ ପଡିରହିଥିବା ଚେୟାର ଗୁଡିକୁ ସଫା କରାଯାଇ ହଲକୁ ସମ୍ପୁର୍ଣ୍ଣ ସାନିଟାଇଜି କରାଯାଉଛି । ରାଜଧାନୀର କେଶରୀ ଟକିଜ ଖୋଲିବା ନେଇ କର୍ମଚାରୀ ଉତ୍ସାହର ସହ ଲାଗି ପଡିଛନ୍ତି । ଆସନ୍ତା ୮ତାରିଖରେ କେଶରୀ ଟକିଜ ଖୋଲିବ ବୋଲି କହିଛନ୍ତି ମ୍ୟାନେଜର ।

୫୦ ପ୍ରତିଶତ ଦର୍ଶକକୁ ନେଇ ହଲ ଖୋଲିବାକୁ ସରକାରଙ୍କ ଗାଇଡଲାଇନ ରହିଛି । ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରାଯାଇ ସିନେମା ହଲକୁ ପ୍ରସ୍ତୁତ କରାଯାଉଛି । ଗୋଟିଏ ଚେୟାର ବ୍ୟବଧାନରେ କିଭଳି ଦର୍ଶକ ବସିବେ ସେନେଇ ବ୍ୟବସ୍ଥା କରାଯାଉଛି ।

କେଶରୀ ଟକିଜ ଆସନ୍ତା ୮ ତାରିଖରେ ଖୋଲିବାକୁ ଥିବା ବେଳେ ଭୁବନେଶ୍ୱରରେ ଥିବା ଅନ୍ୟ ଟକିଜ ଶ୍ରୀୟା, ସ୍ୱାତୀ, ସ୍ତୁତି, ମହାରାଜ, ଆଇନକ୍ସ, ମଧ୍ୟ ୧୦ତାରିଖ ଭିତରେ ଖୋଲିିବା ସମ୍ଭାବନା ରହିଛି ।