କନକ ବ୍ୟୁରୋ: ଦୁଇବର୍ଷ ପରେ ଚଳିତ ବର୍ଷ କରୋନା କଟକଣା ମୁକ୍ତିରେ ପର୍ବପର୍ବାଣୀ ପାଳନ ହୋଇଛି । ଆଗକୁ ବାଲିଯାତ୍ରା ଆସୁଛି । ଦୁଇ ବର୍ଷ ପରେ ପୁଣି ବନ୍ଦର ନଗରୀ ପାରାଦୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳିକି ଭଳି ଦୋକାନ । ଜଗତସିଂହପୁର ଜିଲ୍ଲା ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ସେପଟେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ସାଧବ ସିପିଂ ଆଣ୍ଡ ଇଞିନିୟରିଂ କମ୍ପାନୀର ୩୦ ତମ ପ୍ରତିଷ୍ଠା ଦିବସ । କଳିଙ୍ଗର ବିରତ୍ୱର ପ୍ରତୀକ ସାଧବମାନେ କିଭଳି ଦୂର ସମୁଦ୍ରର ବୁକୁ ଚିରି ଜାଭା ସୁମାତ୍ରା ବାର୍ଲି ବର୍ଣିଓ ଦୀପକୁ ନୌବାଣିଜ୍ୟ କରିବା ପାଇଁ ଯାଉଥିଲେ ତାର ଏକ ଝଲକ କମ୍ପାନୀର କର୍ମଚାରୀ ମାନେ ଦେଖାଇଥିଲେ ।
ପାରାଦୀପରେ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ। ଏବେ ଠାରୁ ଆରମ୍ଭ ହୋଇଗଲାଣି ଗହଳଚହଳ।
/kanak/media/post_attachments/wp-content/uploads/2022/11/vlcsnap-2022-11-06-19h08m08s663.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)