କନକ ବ୍ୟୁରୋ: ବାଜିଲା ବିଜେପୁର ନିର୍ବାଚନୀ ବିଗୁଲ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ଉପନିର୍ବାଚନ ପାଇଁ ମତଦାନ ହେବ । ତିନି ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି କରାଯିବ । ଏହିଦିନ ସ୍ପଷ୍ଟ ହୋଇଯିବ, ନବୀନ ଖାଲି କରିଥିବା ଆସନ କାହା ହାତକୁ ଯାଉଛି? ବିଜେଡି, ବିଜେପି ନା କଂଗ୍ରେସ ? ପାଟକୁରା ପରେ ବିଜେପୁରକୁ ନେଇ ସରଗରମ ରାଜ୍ୟ ରାଜନୀତି । ତିନି ଦଳ ମଧ୍ୟରେ କସରତ ଆରମ୍ଭ ହୋଇସାରିଥିବା ବେଳେ ପ୍ରାର୍ଥୀ କିଏ ହେବ ଏବେ ତାଉପରେ ରହିଛି ସମସ୍ତଙ୍କ ନଜର ।

Advertisment

publive-image

କିଏ ଦଖଲ କରିବ ବିଜେପୁର? ବିଜୟ ବାନା ଉଡାଇ ପାରିବ କି ବିଜେଡି? ନା ବିଜୟ ବାନା ଉଡାଇବେ ବିଜେପି କିମ୍ବା କଂଗ୍ରେସ? ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ରାଜନୈତିକ ଉଷ୍ମତା ବଢିଛି ଓ ଅଙ୍କକଷା ଆରମ୍ଭ ହୋଇଯାଇଛି, ପଶ୍ଚିମ ଓଡିଶାର ଏହି ଆସନ କାହା ଖାତାକୁ ଯିବ? ହୁଏତ ସଂଖ୍ୟା ଦୃଷ୍ଟି କୋଣରୁ ଏହା ସେତେଟା ପ୍ରଭାବ ରଖୁନି ହେଲେ ପତିଆରାର ଲଢେଇରେ ଏହା ସମ୍ମାନର ପ୍ରଶ୍ନ ପାଲଟିଛି ।

publive-image

ଗତ ୨ଟି ନିର୍ବାଚନରେ ପ୍ରତି ରାଜନୈତିକ ଦଳ ବିଜେପୁରରେ ସେମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ଏଥର କାହାକୁ ମୈଦାନକୁ ଓହ୍ଲାଇବ କେଉଁ ଦଳ ସେନେଇ ଅଙ୍କକଷା ଆରମ୍ଭ ହୋଇଛି । ବିଜେଡି ପୁଣି ରୀତାଙ୍କୁ ପ୍ରାର୍ଥୀ କରିବ କି? କଂଗ୍ରେସ କଣ ପୁଣି ରୀପୁନାଥ ସେଠଙ୍କୁ ଭରସିବ କି? ବିଜେପି କାହା ନାଁରେ ମୋହର ମାରିବ? ସନତ ଗଡତିଆ ନା ଆଉ କାହାକୁ ସାମ୍ନାକୁ ଆଣିବ?

publive-image

ସାଧାରଣ ନିର୍ବାଚନ ପରେ ରାଜଧାନୀ ରାଜନୀତି ପାଟକୁରା ନିର୍ବାଚନକୁ ନେଇ ଗରମ ହୋଇଥିଲା ଆଉ ଏବେ ଆସିଛି ବିଜେପୁର ଉପ ନିର୍ବାଚନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ତଥ୍ୟ ଅନୁସାରେ ସେପଟେମ୍ବର ୨୩ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେପଟେମ୍ବର ୩୦ ନାମାଙ୍କନ ଶେଷ ତାରିଖ ଥିବା ବେଳେ ଅକଟୋବର ୨୧ରେ ଭୋଟ ଏବଂ ୨୪ରେ ଗଣତି କରାଯିବ । ଆଉ ଏହିଦିନ ସ୍ପଷ୍ଟ ହେବ, ନବୀନ ଖାଲି କରିଥିବା ଆସନ କାହାକୁ ହାତକୁ ଯାଉଛି?

publive-image

ଏବେ ନଜର ପକାନ୍ତୁ ଗତ ୨ଟି ନିର୍ବାଚନରେ କିଭଳି ଥିଲା ବିଜେପୁରରେ ଭୋଟିଂରେ ଟ୍ରେଣ୍ଡ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଏହି ଆସନରୁ ୧ ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡତିଆ ୫୩ ହଜାର ୪୮୨ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ରୀପୁନାଥ ସେଠ ୧୪ ହଜାର ୩୪୪ ଭୋଟ ପାଇଥିଲେ । ୨୦୧୮ ଉପ ନିର୍ବାଚନରେ ବିଜେଡିକୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଥିବା ବେଳେ ବିଜେପି ୬୦ ହଜାର ୯୩୯ ଏବଂ କଂଗ୍ରେସ ୧୦ ହଜାର ୨୭୪ ଭୋଟ ପାଇଥିଲା । ଏହି ଧାରା ଆଗାମୀ ଉପ ନିର୍ବାଚନରେ ବଜାୟ ରହୁଛି ନା ଏଥିରେ ବଡ ଫରକ ଆଣିବା ପାଇଁ ନୂଆ ରଣନୀତି ଅଣାଯାଉଛି, ତାକୁ ନେଇ ଏବେ ଚର୍ଚ୍ଚା ।