ଗଡକରୀଙ୍କ ନୂଆ ନିୟମ: ବଦଳିବ ଯାନବାହନର ହର୍ଣ୍ଣ ଧ୍ୱନି, ଆମ୍ବୁଲାନ୍ସରେ ବାଜିବ ଶଂଖ, ହାରମୋନିୟମ ଓ ତାବଲା ଧ୍ୱନି

187

କନକ ନ୍ୟୁଜ୍:ଏଣିକି ଆମ୍ବୁଲାନ୍ସରେ ସାଇରନ୍ ବଦଳରେ ଶୁଭିବ ଶଂଖ, ହାରମୋନିୟମ୍ ଓ ତାବଲା ଧ୍ୱନି । ଏହା ଘୋଷଣା କରିଛନ୍ତି ଖୋଦ୍ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନୂଆ ହର୍ଣ୍ଣର ପ୍ରକାର ଭେଦ ଉପରେ ହୋଇଥିବା ନୂଆ ନିୟମ ଉପରେ ଗଡକରୀ ଏହି ସୂଚନା ଦେଇଛନ୍ତି । ୯୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଦିଲ୍ଲୀ- ମୁମ୍ବାଇ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍ – ୱେ ର ଯାଂଚ କରି ଗଡକରି କହିଛନ୍ତି ଯେ, ନୂଆ ହର୍ଣ୍ଣର ପ୍ରକାର ଭେଦ ଓ ଢାଂଚା ଉପରେ କାମ ଆରମ୍ଭ ହୋଇସାରିଛି ।

ଏହାସହ ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରେ ଟୋଲ ଆଦାୟ ନୀତି ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଅସନ୍ତା ଦୁଇ ବର୍ଷ ମଧ୍ୟରେ ଜିପିଏସ୍ ସିଷ୍ଟମ ମାଧ୍ୟମରେ ଟୋଲ ଦେବାର ବ୍ୟବସ୍ଥା ଆରମ୍ଭ ହେବ । ଏଥିରେ ଏକ ସଫ୍ଟୱେର ପ୍ରସ୍ତୁତି ହୋଇ ସାଟେଲାଇଟ ଓ ଜିପିଏସ ସହିତ ସଂଯୁକ୍ତ ହେବ । ଏହାପରେ ରାଜପଥରେ ଯାନବାହାନ ଗୁଡିକ ଯେତିକି କିଲୋମିଟର ଚାଲିବ ସେହି ଅନୁଯାୟୀ ଟୋଲ ଦେବାକୁ ପଡିବ ବୋଲି ଗଡକରୀ କହିଛନ୍ତି ।