ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲର ପ୍ରସ୍ତୁତି । ବିପର୍ଯ୍ୟୟ ପରେ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ଆରମ୍ଭ ଉପରେ ଗୁରୁତ୍ବ ।

237

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଏକ ଜରୁରୀକାଳୀନ ଯ଼ୋଜନା ପ୍ରସ୍ତୁତ କରାଯ଼ାଇଛି । ବାତ୍ୟା ପରେ ବିଦ୍ୟୁତ ଯ଼ୋଗାଣକୁ ଯ଼ଥାଶୀଘ୍ର ଚାଲୁ କରିବା ଉପରେ ଏହି ଯ଼ୋଜନାରେ ଗୁରୁତ୍ବ ଦିଆଯ଼ାଇଛି ।

ଏହି ଜରୁରୀକାଳୀନ ଯ଼ୋଜନାରେ ବାତ୍ୟା ବିପର୍ଯ଼୍ୟୟର ତୀବ୍ରତାକୁ ନେଇ ବିଭିନ୍ନ ବର୍ଗରେ ବିଭକ୍ତ କରାଯ଼ାଇଛି ଓ ତଦନୁଯ଼ାୟୀ ମୁକାବିଲା ରଣନୀତି ପ୍ରସ୍ତୁତ କରାଯ଼ାଇଛି । ବିପର୍ଯ଼୍ୟୟର ମୁକାବିଲା କରିବା ଲାଗି ଏକ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହର ଚାଲିଥିବା ପରିପ୍ରେକ୍ଷୀରେ ବିଦ୍ୟୁତ ଯୋଗାଣକୁ ପୁନର୍ବାର ଚାଲୁ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି କାରଣ ଏହା ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ପ୍ରଭାବିତ କରିପାରେ । ଏଣୁ ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା ଲାଗି ପ୍ରସ୍ତୁତ ରହିଛି ଏବଂ ବିଦ୍ୟୁତ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏହା ପ୍ରସ୍ତୁତ ରହିଛି ।

ଅକ୍ସିଜେନ୍ ପ୍ଲାଣ୍ଟଗୁଡ଼ିକୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଲାଇସେନ୍ସ ମିଳିଥିବା ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଦଳକୁ ମୁତୟନ କରାଯିବ । ଯେକେହି ୨୪ ଘଣ୍ଟିଆ କଲ୍ ସେଣ୍ଟର ଟୋଲ୍ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ ଯେକୌଣସି ଜରୁରୀ ସେବା ଲାଗି କଲ୍ କରିପାରିବେ ।