ମକର ସଂକ୍ରାନ୍ତି ପାଇଁ ଚାଲିଛି ତିଳଉ ପିଠା ପ୍ରସ୍ତୁତି: ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରେ ରହିଛି ତିଳଉ ପିଠାର ଚାହିଦା

231

କନକ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ ଚାଲିଛି ତିଳଉ ପିଠାର ପ୍ରସ୍ତୁତି । ଏହି ଦିନ ଏକ ସ୍ୱତନ୍ତ୍ର ମିଠା ବ୍ୟବହାର କରନ୍ତି ବାଲେଶ୍ୱର ଓ ମୟୂରଭଂଜ ବାସିନ୍ଦା । ଯାହାକୁ ତିଳଉ ପିଠା କୁହାଯାଏ । ଗୁଡ଼ ଓ ଚିନିକୁ ପାଗ କରି ତିଳଉ ପିଠା ପ୍ରସ୍ତତ କରାଯାଏ । ପ୍ରାୟ ୭୦ ବର୍ଷ ହେଲା ବାଲେଶ୍ୱର ମୋତିଗଂଜ ଅଂଚଳର ବେହେରା ପରିବାର ବଂଚାଇ ରଖିଛନ୍ତି ଏହି କୌଳିକ ବୃତି । ଏହି ତିଳଉ ପ୍ରସ୍ତୁତିରେ ପ୍ରାୟ ୧୦ ଜଣ ଲୋକ କାମ କରୁଥିବା କହିଛନ୍ତି କାରିଗର । ଏକ କୁଇଂଟାଲ ଗୁଡ଼ରେ ପାଖାପାଖି ୭୦ କିଲୋ ତିଳଉ ପ୍ରସ୍ତୁତ କରାଯାଏ । କିଲୋ ପିଛା ଏହାକୁ ୭୦ ଟଙ୍କାରେ ସ୍ଥାନୀୟ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି କାରିଗର ।