ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…

327

କନକ ବ୍ୟୁରୋ: ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଅକ୍ସଫୋର୍ଡ ଟୀକାନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଅକ୍ସଫୋର୍ଡ ଟୀକା ଦେଶ ଓ ଦେଶବାସୀଙ୍କ ପାଇଁ ସୌଭାଗ୍ୟ । ପ୍ରଥମେ ଅ୍ଧଜ୍ଞଧାଡିର କର୍ମଚାରୀଙ୍କୁ ମିଳିବ ଟୀକା । ଟୀକା କେତେଦୂର ଫଳପ୍ରଦ ହେବ ସମୟ କହିବ । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ ଦିଆଯିବ । ଯାହା ଶରୀରରେ ୭୦ ପ୍ରତିଶତ ପ୍ରତିଶେଧକ ଶକ୍ତି ବଢାଇବ । ୩ ଲକ୍ଷ ୭୦ ହଜାରର ଡାଟାବେସ ପ୍ରସ୍ତୁତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଆମେ ସମସ୍ତଙ୍କୁ ଟୀକା ଦେବାର ବ୍ୟବସ୍ଥା କରିବା । ସିରମ ପାଖରେ ୫ କୋଟି ଭ୍ୟାକ୍ସିନ ଉପଲବ୍ଧ ଅଛି । ଗୋଟିଏ ଡୋଜର ମୂଲ୍ୟ ୨୦୦ ଆସିବ । ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଦିଆଯିବ । ତେଣୁ ଆମେ ପ୍ରସ୍ତୁତ ଅଛୁ ଟୀକା ଓଡିଶା ଆସିବା ମାତ୍ରେ ଦିଆଯିବ ବୋଲି ଡିଏମଇଟି କହିଛନ୍ତି ।

ସେପଟେ ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଯାହାକୁ ମାସ ମାସ ଧରି ସମସ୍ତେ ଅପେକ୍ଷା କରିଥିଲେ, ଶେଷରେ ସେହି ଭଳି ସମୟ ନିକଟବର୍ତି ହୋଇଛି । ଦେଶରେ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଆଜି ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ଏଥିରେ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶରେ କୋଭିଡ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି ବୋଲି କୁହାଯାଇ ପାରିବ । ଏହାପରେ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଏହାର ଚୂଡାନ୍ତ ଅନୁମତି ଦେବେ । କିନ୍ତୁ ଆଜିର ବିଶେଷଜ୍ଞ କମିଟିର ଅନୁମତି ପରେ ଦେଶରେ କୋଭିଡ ଟିକା ଆସିବାର ବାଟ ଫିଟିଯାଇଛି ।

ଅନ୍ୟପଟେ ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗୀରରେ ୯ଟି ଆଂଚଳିକ କେନ୍ଦ୍ରରେ ଟିକା ରଖାଯିବ । ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଂଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ । ଏହି କୋଲ୍ଡ ଚେନ୍ ପଏଂଟରୁ ୨୯,୨୭୨ ସେସନ୍ ସାଇଟ୍ ବା ଟିକାଦାନ କେନ୍ଦ୍ରକୁ ପଠାଯିବ । ଆଉ ଏହି କେନ୍ଦ୍ରରୁ ହିଁ ଦିଆଯିବ ଟିକା ।