ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ଗାଁଠୁ ସହର ସବୁ ଚଳଚଂଚଳ

ଇଷ୍ଟଦେବୀଙ୍କ ନିକଟରେ ହେବ ନବାନ୍ନ ଲାଗି; କଟକଣା ଭିତରେ ପାଳନ ହେବ ପର୍ବ

180

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଂଳଚ ହୋଇପଡିଛି ଗାଁଠୁ ସହର । ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଏହାକୁ ଭକ୍ଷଣ କରିଥାନ୍ତି ପଶ୍ଚିମଓଡ଼ିଶା ସମ୍ବଲପୁର ମା ସମଲେଶ୍ୱରୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି ।

ପାର୍ଶ୍ୱର୍ଦେବାଦେବୀ ସଫାସୁତୁରା ସାଙ୍ଗକୁ ସିନ୍ଦୁର ଲଗା ଓ ଅଳଙ୍କାର ସଫେଇ କାର୍ଯ୍ୟକ୍ରମ କରିଛନ୍ତି ପୂଜକ । ଏହାସହ ମା’ଙ୍କର କଙ୍କଣ, ମୁକୁଟ, କର୍ଣ୍ଣାଚଳ, ବେଲପତ୍ର, ପଦକ ଓ ନଥ ଆଦି ସଫେଇ କରାଯାଇଛି । ନୂଆଁଖାଇ ପାଇଁ ବଡ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସମଲେଶ୍ୱରୀ ମନ୍ଦିରରେ ଦିନ ୧୨ଟା ୩୦ରୁ ୫ଟା ୩୦ ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି । ନୂଆଁଖାଇ ସାରିବା ପରେ ପଶ୍ଚିମ ଓଡ଼ିଶାବାସୀ ମନ୍ଦିର ଯାଇ ମାଁଙ୍କ ଦର୍ଶନ କରିବାର ପରମ୍ପରା ରହିଛି ।