ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସରେ ରିହର୍ସାଲ

102

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଂଟିଞ୍ଜେଣ୍ଟ ଭାଗ ନେଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛନ୍ତି ବିଏସଏଫ୍ ଟ୍ରୁଫ୍ । କରୋନା ପାଇଁ ସ୍କୁଲ ପିଲା କି ଅନ୍ୟମାନେ ଭାଗ ନେଉନାହାନ୍ତି ।
ପରେଡ୍ ବେଳେ କରୋନା ଗାଇଡଲାଇନକୁ ଗୁରୁତ୍ୱ ଦିଆଯାଇଛି । ସମସ୍ତ ଟ୍ରୁଫ୍ ସଦସ୍ୟଙ୍କ କୋଭିଡ୍ ଆରଟିପିସିଆର ନେଗେଟିଭ୍ ଆସିବା ପରେ ପରେଡରେ ଭାଗ ନେଇଛନ୍ତି । ପୋଲିସ ଡିଜି ସୁନୀଲ ବଂଶଲ ଆଜିର ଫାଇନାଲ୍ ପରେଡ୍ ରିହର୍ସାଲକୁ ନୀରିକ୍ଷଣ କରିଥିଲେ । କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏହାସହ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ କରାଯାଇଛି ।