ଆଉ ୫ଦିନ ପରେ ଘୋଷଯାତ୍ରା । ଚଳଚଞ୍ଚଳ ରଥଖଳା, ସରିଲା ଚନ୍ଦ୍ରଶାଳି କାମ ।

ଆଉ ୫ଦିନ ପରେ ଘୋଷଯାତ୍ରା । ଚଳଚଞ୍ଚଳ ରଥଖଳା, ସରିଲା ଚନ୍ଦ୍ରଶାଳି କାମ ।

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ୫ ଦିନ ବାକି ରହିଛି । ଏ ନେଇ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି ସେବକମାନେ । ଗତକାଲି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି । ତିନି ରଥରେ ୪ଟି ଲେଖା କରି ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ । ସେପଟେ ନାଟଗୋଡ଼ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୋଟଳ କାମ ‌ଶେଷ ହୋଇଥିବା ବେଳେ ତାଗ ବାଡ଼ିଆ କାମ ଆଗେଇ ଚାଲିଛି ।

ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ବି ଶେଷ ହୋଇଛି । ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଚାଲିଛି । ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକମା‌ନେ ତିନି ରଥ ପାଇଁ ଆବଶ୍ୟକ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe