କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ୫ ଦିନ ବାକି ରହିଛି । ଏ ନେଇ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇଛନ୍ତି ସେବକମାନେ । ଗତକାଲି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି । ତିନି ରଥରେ ୪ଟି ଲେଖା କରି ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ । ସେପଟେ ନାଟଗୋଡ଼ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୋଟଳ କାମ ଶେଷ ହୋଇଥିବା ବେଳେ ତାଗ ବାଡ଼ିଆ କାମ ଆଗେଇ ଚାଲିଛି ।
ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ବି ଶେଷ ହୋଇଛି । ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଚାଲିଛି । ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକମାନେ ତିନି ରଥ ପାଇଁ ଆବଶ୍ୟକ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Rathakhala-re-trutiya-Bhuin-kama2-640x430-1-640x430.jpg)