କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ନୂଆଁଖାଇ ଆସିଲେ ଉତ୍ସବମୁଖର ହୋଇପଡିଥାଏ ସମଗ୍ର ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୧୪ ତାରିଖ ତୁଳା ଲଗ୍ନରେ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମାଆଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତି ହୋଇଛି ।
ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ମା ସମଲେଶ୍ୱରଙ୍କ ରାଶି ନକ୍ଷତ୍ର ଅନୁସାରେ ନୂଆଖାଇର ଲଗ୍ନ ଧରା ଯାଇଥାଏ । ପଣ୍ଡିତ ମହାସଭାରେ ପଣ୍ଡିତମାନେ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ନେଇ ଆଜି ସମୟ ସ୍ଥିର କରାଯାଇଛି । ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହେବା ପରେ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ଲଗ୍ନ ନେଇ ମା ସମଲେଶ୍ୱରୀ ମନ୍ଦିରକୁ ଯିବାର ବିଧି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Sambalpur-5188_0.jpg)
/kanak/media/post_attachments/wp-content/uploads/2018/09/hqdefault-1-300x225.jpg)