ଚଳିତ ସପ୍ତାହରେ ହେବ ବିଧାନସଭା ଭଙ୍ଗ । ଖୁବଶୀଘ୍ର ବସିବ କ୍ୟାବିନେଟ, ନୂଆ ସରକାର ଗଠନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ।

Advertisment
ବିଧାନସଭା ଅଧିବେଶନ ପାଇଁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଆଲୋଚନା : ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ହେବ ନିଷ୍ପତି

କନକ ବ୍ୟୁରୋ : ୪ଟି ପର୍ଯ୍ୟାୟରେ ଓଡିଶାରେ ନିର୍ବାଚନ ସରିଛି । କେବଳ ପାଟକୁରାକୁ ଛାଡିଦେଲେ ବାକି ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ବୁଥ୍ ଗୁଡିକରେ ସାନି ମତଦାନ ହେବାକୁ ଥିବା ବେଳେ ମେ ୨୩ରେ ଫଳାଫଳ ପ୍ରକାଶ ପାଇବ । ଆଉ ଏସବୁ ଭିତରେ ରାଜ୍ୟରେ ନୂଆ ସରକାର ଗଠନ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେଲାଣି। ସେପଟେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ମଧ୍ୟ ଏଇ ସପ୍ତାହରେ ବସୁଛି କ୍ୟାବିନେଟ ବୈଠକ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ଥର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତା ୨୭ କିମ୍ବା ୨୮ ତାରିଖରେ କରାଯିବ। ‘ଫନି’ ବାତ୍ୟାରେ ରାଜ୍ୟରୁ ଅହେତୁକ କ୍ଷୟକ୍ଷତି ହୋଇଥିବାରୁ ନୂଆ ସରକାରର ଶପଥଗ୍ରହଣ ଉତ୍ସବକୁ ନିରାଡ଼ାମ୍ବର ଭାବେ କରାଯାଇପାରେ ।

୨୦୧୪ ସାଧାରଣ ନିର୍ବାଚନର ଭୋଟଗଣତି ମେ ମାସ ୧୬ ତାରିଖରେ ହୋଇଥିଲା। ତାର ଦୁଇ ଦିନ ପରେ ଭାରତ ନିର୍ବାଚନ କମିସନ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଭୋଟଗଣତି ପୂର୍ବରୁ ମେ ୮ ତାରିଖ ଦିନ ଚତୁର୍ଦ୍ଦଶ ବିଧାନସଭା ଭଙ୍ଗ ନେଇ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବ ପାରିତ କରିଥିଲା। ପରେ କ୍ୟାବିନେଟର ପ୍ରସ୍ତାବକୁ ତତ୍କାଳିନ ରାଜ୍ୟପାଳ ମେ ୧୩ ତାରିଖରେ ଅନୁମୋଦନ କରିଥିଲେ। ୨୦୧୪ ମେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ଶପଥ ନେଇଥିଲେ। ତେବେ ଚଳିତଥର କିଏ ସରକାର ଗଢିବ ତାହା ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଚଳିତ ସପ୍ତାହରେ ବିଧାନସଭା ଭଙ୍ଗ କରିପାରନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe