କୋଭିଡ ଟିକାକରଣ ପାଇଁ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ ଓ ଆଇସ ରେଫ୍ରିଜରେଟର । କିଛି ଦିନ ଭିତରେ ଭାରତ ସରକାର ଅକ୍ସଫୋର୍ଡ ଟିକାକୁ ଦେଇପାରନ୍ତି ଅନୁମୋଦନ ।

158

କନକ ବ୍ୟୁରୋ: କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶାରେ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରଞ୍ଜ ବା ଛୁଂଚି ଏବଂ ଆଇସ୍ ଲାଇନଡ ରେଫ୍ରିଜିରେଟର ବା ଟିକାରଖିବା ପାଇଁ ଉପକରଣ ଯୋଗାଇ ଦିଆଯାଇଛି । ୨୧ ଲକ୍ଷ ଶୂନ ଦଶମିକ୍ ୫ ଏମଏଲ୍ ଅଟୋ ଡିଜାବୁଲ୍ ସିରିଞ୍ଜ ଓଡ଼ିଶା ଆସିଥିବା ବେଳେ ଆହୁରୀ ୩୩୯ଟି ଆଇଏଲଆର ଆସିବ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୨୬ ହଜାରଙ୍କୁ ଟିକା ଦିଆଯିବ ।

୨୬ଟି ଆଇଏଲଆର ଓଡ଼ିଶା ଆସିଛି । ଯାହା ଓଡ଼ିଶାରେ ଟିକାକରଣ ବେଳେ ବ୍ୟବହାର ହେବ । ନିୟନ୍ତ୍ରିତ ତାପମାତ୍ରା ଭିତରେ ଟିକା ରଖିବା ପାଇଁ ଏଭଳି ରେଫ୍ରିଜିରେଟରର ବ୍ୟବହାର ହୋଇଥାଏ । ବିଜୁଳି ସଂଯୋଗ ବିଚ୍ଛିନ୍ନ ହେଲେ ମଧ୍ୟ ଦୀର୍ଘ ସମୟ ଧରି ଟିକାକୁ ଏହି ଉପକରଣରେ ରଖାଯାଇପାରିବ । ଓଡ଼ିଶାକୁ ଏମିତି ୨୬ଟି ଆଇଏଲଆର୍ ଆସିଥିବା ବେଳେ ଆହୁରୀ ୩୩୯ଟି ଆସିବ ।
ସେହିପରି ଟିକାକରଣ ବେଳେ ବ୍ୟବହାର ପାଇଁ ପଏଂଟ୍ ଫାଇଫ୍ ଏମଏଲ୍ ୨୧ ଲକ୍ଷ ସିରିଞ୍ଜ ମଧ୍ୟ ଓଡ଼ିଶାକୁ ଆସିଛି । ତେବେ ଟିକାକରଣ ପାଇଁ ଆବଶ୍ୟକ ଥିବା ଅବଶିଷ୍ଟ ସାମଗ୍ରୀ ପର୍ଯ୍ୟାୟକ୍ରମେ ଓଡ଼ିଶା ଆସିବ । ଦେଶର ବିଭିନ୍ନ ରାଜ୍ୟରେ ଭ୍ୟାକସିନର ଡ୍ରାଏ ରନ୍ ବା ଟିକାକରଣର ପ୍ରାକ୍ ଅଭ୍ୟାସ୍ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ

-ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ୩ ଲକ୍ଷ ୨୬ ଲୋକଙ୍କୁ ଟିକା ଦିଆଯିବ
-ରାଜ୍ୟରେ ଟିକାକରଣ ପାଇଁ ୨୯ ହଜାର ୨୭୬ଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ନିୟୋଜିତ ହେବେ ୮ ହଜାର ୨୭୬ କର୍ମୀ
-୩୨ଟି ଜିଲ୍ଳାସ୍ତରୀୟ, ୯ଟି ଆଂଚଳିକ ଏବଂ ଗୋଟିଏ ରାଜ୍ୟ ସ୍ତରୀୟ ଟିକାକରଣ ଷ୍ଟୋର ରହିବ
-ପ୍ରତି ଟିକାକରଣ କେନ୍ଦ୍ରରେ ୫ଜଣଙ୍କୁ ନିୟୋଜିତ କରାଯିବ
-ପ୍ରତିକେନ୍ଦ୍ରରେ ପ୍ରେକ୍ଷାଳୟ, ନିରୀକ୍ଷଣ ଏବଂ ଟିକାକରଣ ଆଦି ୩ଟି ଗୃହ ରହିବ
-ଟିକାକରଣ ସରିବା ପରେ ୩୦ ମିନିଟ୍ ନିରୀକ୍ଷଣରେ ରଖାଯିବ