କନକ ବ୍ୟୁରୋ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡର ଧନୁ ଯାତ୍ରାର ସମୟ । ଆସନ୍ତା ୧୫ ତାରିଖରେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟ । ବରଗଡ ଅମ୍ବାଭୋନା ପାଲଟିବ ମଥୁରା ଓ ଗୋପନଗରୀ । ସେଥିପାଇଁ ଏବେଠୁ କଳାକାର ଅଭ୍ୟାସ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ନିଜକୁ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । ଏଥର କଳାକାରଙ୍କ ଉନ୍ନତ ଅଭିନୟକୁ କମିଟି ଗୁରୁତ୍ୱ ଦେଉଛି । ତେଣୁ ଏଥର ଅଭିନୟ ଉଚ୍ଚକୋଟୀର ହେବ ବୋଲି ଆଶା କରାଯାଉଛି ।

Advertisment

ନାଟ୍ୟ ନିର୍ଦ୍ଦେଶକ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି କଳାକାରାଙ୍କ ଜୋରଦାର ଅଭ୍ୟାସ । ଦେବକୀ ବିବାହଠୁ ଆରମ୍ଭ କରି କୃଷ୍ଣ ଳୀଲା ଓ କଂସ ବଧ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ ମଂଚରେ ନିଖୁଣ ଭାବେ ଅଭିନୟ କରିବାକୁ କଳାକାର ଚେଷ୍ଟା କରୁଛନ୍ତି । ଚଳିତ ବର୍ଷ ପୁରୁଣା ଓ ନୂତନ କଳାକାର ଚୟନ କରାଯାଇଛି । ତେଣୁ ମହାରାଜ କଂସ ଠାରୁ ଆରମ୍ଭ କରି ଉଗ୍ରସେନ, ଦେବକୀ, ବସୁଦେବ ନାରଦ ଭୂମିକାରେ ଅଭିନୟ କରୁଥିବା ନୂଆ, ପୁରୁଣା କଳାକାରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।