ବାତ୍ୟା ପାଇଁ ବ୍ୟାପକ ପ୍ରସ୍ତୁତି । ରିଲିଫ୍ ଏବଂ ରେସକ୍ୟୁ ପାଇଁ ନିୟୋଜିତ ଅଛନ୍ତି ୧୮ ଓଡ୍ରାଫ୍ ଓ ୨୬ ଏନଡିଆରଏଫ୍ ଟିମ୍ । 

178

କନକ ବ୍ୟୁରୋ : ବାତ୍ୟାରେ କ୍ଷୟକ୍ଷତି ନେଇ ସମସ୍ତେ ଆଶଙ୍କାରେ ଅଛନ୍ତି । ଏବଂ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ବି କରାଯାଉଛି । ଓଡ୍ରାଫ, ଏନଡିଆରଏଫ୍ ଟିମ୍ ଏଥିପାଇଁ ପୁରା ପ୍ରସ୍ତୁତି ସହ ସଜାଗ ଅଛନ୍ତି ।

ବାତ୍ୟା ଆସି ଓଡ଼ିଶାର କବାଟ ବାଡ଼େଇଲାଣି । ଏଭଳି ସ୍ଥିତିରେ ସବୁଠାରୁ ବଡ ଚ୍ୟାଲେଂଜ୍ ହେଉଛି ବାତ୍ୟାର ମୁକାବିଲା । ଆଉ ବାତ୍ୟା ଫୋନିର ମୁକାବିଲା ପାଇଁ ହୋଇଛି ବ୍ୟାପକପ୍ରସ୍ତୁତି ।

-ବାତ୍ୟାର ମୁକାବିଲା ପାଇଁ ୨୫ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି

– ଓଡ୍ରାଫର ୧୮ଟି ୟୁନିଟ୍ ବାତ୍ୟା ପ୍ରଭାବିତ ଅଂଚଳରେ ନିୟୋଜିତ ହୋଇଛନ୍ତି

– ଅଗ୍ନିଶମ ବିଭାଗର ୨୫ଟି ଟିମକୁ ମୁକାବିଲା ପାଇଁ ନିଯୁକ୍ତ କରାଯାଇଛି ।

-୨ଟି ଓଡ୍ରାଫ ଏବଂ ୩ ଏନଡିଆରଏଫ୍ ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

– ଉଦ୍ଧାର ପାଇଁ ୩ଟି ଜାହାଜ ପଠାଇଛି ନୌସେନା ।

– ୬ଟି ଏୟାରକ୍ରାଫ୍ଟ ଏବଂ ୭ ହେଲିକପ୍ଟର ବିଶାଖାପାଟଣାରେ ପ୍ରସ୍ତୁତ ରହିଛି ।

ଏହା ବ୍ୟତୀତ ଆସନ୍ନ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ,

– ରନ୍ଧା ଖାଦ୍ୟ, ପିଇବା ପାଣି, ଆଲୁଅ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପରିମଳ ସୁବିଧା କରାଯାଇଛି ।

– ବୃଦ୍ଧ, ମହିଳା ଏବଂ ଶିଶୁଙ୍କ ଯତ୍ନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

– ଆକାଶ ମାର୍ଗରୁ ବଂଟନ ପାଇଁ ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ରଖାଯାଇଛି ।

-ରିଲିଫ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ୩ଶହ ମୋଟର ବୋଟ୍ ପ୍ରସ୍ତୁତ ରହିଛି ।

– ରିଲିଫ୍ ସମାଗ୍ରୀ ବଂଟନ ପାଇଁ ପ୍ରତିରକ୍ଷା ବିଭାଗର ୨ଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।

ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତୁତ ଥିବା ବେଳେ

-୭୪୩ ପିଭିସି ଟ୍ୟାଙ୍କ୍ ଏବଂ ୬୮୮ ଗାଡ଼ି ପ୍ରସ୍ତୁତ ରହିଛି ।

– ୩୮୪୦ ଓଭରହେଡ୍ ଟ୍ୟାଙ୍କରେ ପାଣି ମହଜୁତ ରଖାଯାଇଛି ।

– ମରାମତି ପାଇଁ ୨୦୩ ବିଦ୍ୟୁତ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ।

-୩୭୩ଟି ମୋବାଇଲ ମରାମତି ୟୁନିଟ୍ ତୟାର ରହିଛି ।

-୬୦୪ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଗୃହକୁ ସ୍ଥାନାନ୍ତର କରାଯାଇଛି ।

– ୪୯୫ଟି ଆମ୍ବୁଲାନ୍ସ ଏବଂ ୨୪୨ ପାୱାର ବ୍ୟାକଅପ୍ ବ୍ୟବସ୍ଥା ହୋଇଛି ।

ବାତ୍ୟା ମୁକାବିଲାର ଏହି ବ୍ୟାପକ ପ୍ରସ୍ତୁତ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସମୀକ୍ଷା ବୈଠକ କରିଛନ୍ତି ।