ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ବିନା ଭକ୍ତରେ ଯାତ୍ରା କରିବାକୁ ନିଷ୍ପତି, କମ ସଂଖ୍ୟକ ସେବାୟତରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ।

91

କନକ ବ୍ୟୁରୋ : ଆଉ ୬ ଦିନ ପରେ ପ୍ରସିଦ୍ଧ ଚନ୍ଦନଯାତ୍ରା । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନରେନ୍ଦ୍ର ପୁଷ୍କରିଣୀ ସାଜସଜା କାମକୁ ଜୋରଦାର କରାଯାଇଥିବା ବେଳେ ବଡ଼ ଦାଣ୍ଡରେ ଠାକୁର ରହିବା ପାଇଁ ବିଭିନ୍ନ ସ୍ଥାନରେ ଚାଂଛି ବାନ୍ଧିବା ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତମାନ ପରିସ୍ଥିତିରେ କରୋନା ମହାମାରୀ ଏ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । କଟକଣା ଭିତରେ ସଂକ୍ରମଣ ମୁକ୍ତ ପରିବେଶରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିନା ଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିବା ବେଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି । ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି ।

ବିଭିନ୍ନ ନିଯୋଗ ପ୍ରାୟ ଦେଢ଼ ଶହ ସେବାୟତରେ ନୀତିକାନ୍ତି ସଂପୂର୍ଣ୍ଣ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି । ସେହି ଅନୁଯାୟୀ ବିଭିନ୍ନ ନିଯୋଗକୁ ତାଲିକା ମଗାଯାଇଛି । ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଏନେଇ ନିଷ୍ପତି ହୋଇଛି ।