ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରସ୍ତୁତି : ୩ ଦିନ ଲାଗି ପିଇବା ପାଣି ସଂରକ୍ଷଣ କରି ରଖିବାକୁ ପରାମର୍ଶ

ବ୍ୟାନର, ହୋଡିଂ ହଟାଇବାକୁ ନିର୍ଦ୍ଦେଶ, କଚ୍ଚା ଘର ଛାଡି ତୁରନ୍ତ ପକ୍କା ଘର ଯିବାକୁ ଅପିଲ୍

114

କନକ ବ୍ୟୁରୋ : ବାତ୍ୟା ୟାସ ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ପାଇଁ ପିଇବା ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଅଧିକ ରହିପାରେ । ତେଣୁ ବ୍ୟାନର ଓ ହୋଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଲୋକମାନଙ୍କୁ ତୁରନ୍ତ କଚ୍ଚା ଘର ଛାଡି ପକ୍କା ଘରକୁ ଯିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

ତେବେ ବାଲେଶ୍ୱର–ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ । କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ୨୬ ତାରିଖ ମଧ୍ୟାହ୍ନ ସୁଧା ଲ୍ୟାଣ୍ଡଫଲ କରିବ ।