ସ୍ନାନଯାତ୍ରାର ନୀତିକାନ୍ତି ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା । ରାତି ଗୋଟିଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ନେଇ ଚର୍ଚ୍ଚା

110

କନକ ବ୍ୟୁରୋ: ସ୍ନାନପୂର୍ଣ୍ଣିମାରେ ନୀତିକାନ୍ତିକୁ ନେଇ ସେବାୟତଙ୍କ ସହ ପ୍ରଶାସନର ପ୍ରାଥମିକ ଆଲୋଚନା ହୋଇଛି । ସେବାୟତଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ । ରାତି ଗୋଟିଏରେ ପହଣ୍ଡି ବିଜେ ନେଇ ବୈଠକରେ ଚର୍ଚ୍ଚା ହୋଇଛି । ଏଥିସହ ରାତି ୪ଟା ସୁଦ୍ଧା ସ୍ନାନମଣ୍ଡପରେ ପହଂଚିବେ ଦାରୁ ବ୍ରହ୍ମ ।

ବେଶ ସାରି ଅପରାହ୍ନ ୫ଟା ସୁଦ୍ଧା ବାହୁଡା ପହଣ୍ଡି କରିବାକୁ ନିଷ୍ପତି ହୋଇଛି । ଆଉ ରାତି ୭ଟା ସୁଦ୍ଧା ପହଣ୍ଡି ସାରି ଅଣସର ପିଣ୍ଡିକୁ ବିଜେ କରିବେ ମହାପ୍ରଭୁ । ହେଲେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତିକୁ ଚୂଡାନ୍ତ ମୋହର ଲଗାଯାଇ ନୀତିକାନ୍ତି କରାଯିବ ବୋଲି ଦଇତାପତି ନିଯୋଗ ସୂଚନା ଦେଇଛି ।