ବଲିଉଡକୁ ପୁଣି ଫେରିବେ ପ୍ରୀତି ଜିଣ୍ଟା : କାଶ୍ମୀର ମହିଳା ଭୂମିକାରେ ଆସିବେ ନଜର

154

କନକ ବ୍ୟୁରୋ: ଅନେକ ଦିନ ଦୂରେଇ ରହିବା ପରେ ପୁଣି ବଲିଉଡକୁ ଫେରିବେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଖୁବ ଶିଘ୍ର ସେ ଏକ ବଡ ପ୍ରୋଜେକ୍ଟରେ ସାମିଲ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି । ନିକଟରେ ସେ ସରୋଗାସି ମାଧ୍ୟମରେ ଯମଜ ସନ୍ତାନଙ୍କ ମା’ ହୋଇଥିବାବେଳେ ଏବେ ପୁଣି ବଲିଉଡକୁ ତାଙ୍କ ପ୍ରତ୍ୟାବର୍ତ୍ତନ ତାଙ୍କ ପ୍ରଶଂସକଙ୍କୁ ଖୁସିକୁ ଦ୍ୱିଗୁଣିତ କରିଛି ।

ଦୀର୍ଘ ଦିନ ଧରି ବଡ ପରଦାରୁ ଦୂରେଇ ରହିଥିଲେ ବି ଆଜିବି ତାଙ୍କୁ ଲିଡ ରୋଲରେ ଦେଖିବାକୁ ଚାହାଁନ୍ତି ଦର୍ଶକ । ତାଙ୍କ ରୋମାଣ୍ଟିକ ଅନ୍ଦାଜ ଓ ହସକୁ ଏବେବି ଝୁରୁଛନ୍ତି ପ୍ରଶଂସକ । ସେ ନିର୍ଦ୍ଦେଶକ ଦାନିଶ ରେଞ୍ଜୁଙ୍କ କାଶ୍ମୀର ଉପରେ ଆଧାରିତ ଅନଟାଇଟେଲଡ ସିନେମା ସହିତ ବଲିଉଡକୁ ଫେରୁଛନ୍ତି।ଦାନିଶ ରେଞ୍ଜୁଙ୍କ ଅନଟାଇଟେଲଡ ଫିଲ୍ମରେ ପ୍ରୀତି ଜିଣ୍ଟା ଜଣେ ସାହସୀ କାଶ୍ମୀରୀ ମା’ ଭୂମିକାରେ ଅଭିନୟ କରିବେ। ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।