୪୬ ବର୍ଷରେ ଆସିଲା ଖୁସି ଖବର । ଯମଜ ସନ୍ତାନଙ୍କ ମା’ ହେଲେ ପ୍ରୀତି ଜିଣ୍ଟା

2,136

କନକ ବ୍ୟୁରୋ: ବଲିଉଡର ବବଲିଙ୍କ ଘରେ ଖୁସିର ଫୁଆର । ଅଭିନେତ୍ରୀଙ୍କ ଘରେ ଶୁଣାଯାଉଛି କୁଆଁ କୁଆଁ ରାବ । ୪୬ ବର୍ଷରେ ଯମଜ ସନ୍ତାନଙ୍କ ମା’ ହୋଇଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଜୀବନର ଏହି ଖୁସି ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୋଷ୍ଟରେ ନିଜ ଦୁଇ ସନ୍ତାନଙ୍କ ନାଁ ମଧ୍ୟ ସେୟାର କରିଛନ୍ତି ।

 

ପ୍ରୀତି ଜିଣ୍ଟା ତାଙ୍କ ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସହ ତାଙ୍କ ଫଟୋ ସହିତ ଏକ ସ୍ୱତନ୍ତ୍ର ନୋଟ୍ ସେୟାର କରିଛନ୍ତି ଏବଂ ଏହି ଖୁସି ଖବର ଦେଇଛନ୍ତି । ପ୍ରୀତି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ମୁଁ ଆଜି ଆପଣଙ୍କ ସମସ୍ତଙ୍କ ସହ ଆମର ସବୁଠୁ ଖୁସିର ଖବର ବାଣ୍ଟିବାକୁ ଚାହୁଁଛି।ମୁଁ ଏବଂ  ଜିନ୍ ଦୁହେଁ ବହୁତ ଖୁସି ଅଛୁ । ଆମ ହୃଦୟକୁ ଖୁସିରେ ଭରିଦେଇଛନ୍ତି ଆମର ଦୁଇ ସନ୍ତାନ, ଯାହାର ନାଁ ରଖିଛୁ ଜୟ ଜିଣ୍ଟା ଗୁଡଇନଫ ଓ ଜିଆ ଜିଣ୍ଟା ଗୁଡଇନଫ’ । ଏହାସହ ସେ ହସ୍ପିଟାଲର ଡାକ୍ତର, ନର୍ସ ଓ ସରୋଗେଟ୍ ମା’ଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।