କନକ ବ୍ୟୁରୋ: ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । କୋୱିନ ଆପରେ ପଞ୍ଜିକରଣ କରିପାରିବେ ଗର୍ଭବତୀ ମହିଳା । ନାଁ ପଞ୍ଜିକରଣ ପାଇଁ ଅନୁମତି ଦଲୋ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ଗର୍ଭବତୀ ମହିଳା ମାନେ ସିଧାସଳଖ ଭ୍ୟକ୍ସିନ ସେଣ୍ଟରକୁ ଯାଇ ଟିକା ନେଇପାରିବେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗର୍ଭବତୀ ମହିଳା ଯେକୌଣସି ଅବସ୍ଥାରେ ଟିକା ନେଇପାରିବେ । କରୋନାର ତୃତୀୟ ଲହରକୁ ନଜରରେ ରଖି ଟିକାକରଣକୁ ଜୋରଦାର କରିଛନ୍ତି ସରକାର । ଏହାସହ ଦେଶରେ ଏବେ ବୃହତ ଟିକାକରଣ ଅଭିଯାନ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/pregnantcovidVaccine-1281663561-770x533-1.jpg)