ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ସୂଚନା ଦେଲେ ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ ।

257

କନକ ବ୍ୟୁରୋ: ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇସିଏମଆର ନିର୍ଦ୍ଦେଶକ । ଗର୍ଭବତୀ ମହିଳାମାନେ ଟିକା ନେଇପାରିବେ ଓ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛନ୍ତି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ କହିଛନ୍ତି । ତେବେ ପିଲାମାନଙ୍କୁ ଟିକା ଦେବା ବିଷୟରେ ଏବେ ବି ଆଲୋଚନା ଓ ବିଚାରବିମର୍ଶ କରାଯାଉଛି । ପିଲାଙ୍କ ବିଷୟରେ ଅଧିକ ତଥ୍ୟ ନ ମିଳିବା ଯାଏଁ ପିଲାମାନଙ୍କୁ ଟିକାକରଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ଦେଶରେ ଡେଲଟା ପ୍ଲସ ଭାରିଏଂଟର ୪୮ କେସ୍ ସାମ୍ନାକୁ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ମୋଟ୍ ୪୫ ହଜାର ଜେନୋମ୍ ସିକ୍ୱେନ୍ସରୁ ଏହା ମିଳିଛି । ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରଏଂଟର ସର୍ବାଧିକ ୨୦ଟି କେସ୍ ଚିହ୍ନଟ ହୋଇଛି ।